Thursday , November 14 2019
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବିଦ୍ୟୁତ ତାର ଲାଗି ବାପ ଓ ପୁୃଅ ମୃତ , ଅନ୍ୟ ଏକ ପୁଅ ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ବିଦ୍ୟୁତ ତାର ଲାଗି ବାପ ଓ ପୁୃଅ ମୃତ , ଅନ୍ୟ ଏକ ପୁଅ ଗୁରୁତର ଆହତ

ସୁବର୍ଣ୍ଣପୁର, ୧୮/୧୦/୨୦୧୯(ଓଡ଼ିଶା ସମାଚାର)- ବିଦ୍ୟୁତ ତାର ଲାଗି ବାପ ଓ ବଡ଼ ପୁୃଅଙ୍କର ମୃତ୍ୟୁ ହୋଇଥିବାବେଳେ , ସାନ ପୁଅ ଗୁରୁତର ଆହତ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ ଟା ବେଳେ ସୁବଳୟା ଥାନା ଅନ୍ତର୍ଗତ ପିତା ମହୁଲ ଗାଁ ର ସହଦେବ ସାହୁ ଓ ତାଙ୍କର ଦୁଇ ପୁଅ ଦେବାନନ୍ଦ ଓ ଅରୂପାନନ୍ଦ ସମ୍ଭବତ ଶିକାର ଉଦେଶ୍ୟରେ ଜଙ୍ଗଲକୁ ଯାଇଥିଲେ । ତେବେ ଜଙ୍ଗଲରେ କିଏ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ବାପ ସହଦେବ ଓ ବଡ଼ପୁଅ ଦେବାନନ୍ଦଙ୍କର ମୃତ୍ୟୁ ହୋଇଥିବାବେଳେ ସାନ ପୁଅ ଅରୂପାନନ୍ଦ ଙ୍କ ଅବସ୍ଥା ଗୁରୁତର ଥିଲା । ଆଜି ସକାଳେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସମ୍ଭବତ ବାରାହା ଶିକାର ପାଇଁ କିଏ ବିଦ୍ୟୁତ ତାର ବିଛାଇଥିଲା । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ମୁଣ୍ଡ କାଟିନେଲେ

ଗଜପତି ,୧୩/୧୧/୨୦୧୯(ଓଡ଼ିଶା ସମାଚାର)- ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ମୁଣ୍ଡ କାଟିନେଲେ ଦୁର୍ବୃତ । ଏପରି …

Leave a Reply

Your email address will not be published. Required fields are marked *