Tuesday , August 20 2019
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବିଦ୍ୟାଳୟ ପରିସରରେ ବୋମା ଫୁଟି ୨ ଛାତ୍ର ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ବିଦ୍ୟାଳୟ ପରିସରରେ ବୋମା ଫୁଟି ୨ ଛାତ୍ର ଗୁରୁତର ଆହତ

ଆସ୍କା, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ଆସ୍କା ଥାନା ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୋମା ଫୁଟି ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଆସ୍କା ଥାନା ଅନ୍ତର୍ଗତ ମାଗୁରା ଉପ୍ରା ବିଦ୍ୟାଳୟରେ ଆଜି ଶନିବାର ଯୋଗୁ ସକାଳୁଆ ସ୍କୁଲ ଚାଲିଥିଲା । ୧୦ ଟା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ର ଛାତ୍ରୀମାନେ ଯାଉଥିବାବେଳେ ଜଣେ ଛାତ୍ର ଏକ ତାବିଜ ଭଳି ଜିନିଷ ଦେଖି ତାହାକୁ ଉଠାଇ ଆଣି ଦେଖି ଫୋପାଡ଼ି ଦେଇଥିଲେ । ହେଲେ ତାହା ଥିଲା ଏକ ବୋମା । ଛାତ୍ର ଟି ଉକ୍ତ ପଦାର୍ଥକୁ ଫୋପାଡ଼ି ଦେବା ଫଳରେ ତାହା ବିଷ୍ଫୋରଣ ହୋଇଥିଲା । ଏହି ବିଷ୍ଫୋରଣ ରେ ୨ ଜଣ ଛାତ୍ର ଆହତ ହୋଇଥିଲେ । ଜଣେ ଛାତ୍ର ୭ମ ଓ ଅନ୍ୟ ଜଣେ ୮ମ ର ଛାତ୍ର ବୋଲି ଜଣାପଡ଼ିଛି । ଦୁଇ ଆହତ ଛାତ୍ରଙ୍କୁ ସ୍ଥାନୀୟ ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାର ତଦନ୍ତ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମିର ଦାଶ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଫୁଟା ବୋମା ଟି ବିଦ୍ୟାଳୟ କ୍ୟାମ୍ପସକୁ କିପରି ଆସିଲା ତାହା ଜଣାପଡ଼ିନାହିଁ । ଓଡ଼ିଶା ସମାଚାର

About admin

Check Also

  ବନ୍ଦ କୋଠରୀ ରୁ ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ପରେ ୩ ଅଟକ

  କଳାହାଣ୍ଡି, ୧୯/୦୮/୨୦୧୯(ଓଡ଼ିଶା ସମାଚାର)- ବେକରେ ଦଉଡିଦେଇ ଜଣେ ଯୁବକ ର ଝୁଲନ୍ତା ମୃତଦେହ ଘର ମଧ୍ୟରେ ଥିବା ଦେଖିବାକୁ …

Leave a Reply

Your email address will not be published. Required fields are marked *