Wednesday , January 29 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ବସ ଭିତରେ ନାବାଳିକାକୁ ବସ କର୍ମଚାରୀଙ୍କ ଦୁଷ୍କର୍ମ

ସଂକ୍ଷେପରେ ତାଜା ଖବର :  ବସ ଭିତରେ ନାବାଳିକାକୁ ବସ କର୍ମଚାରୀଙ୍କ ଦୁଷ୍କର୍ମ

ପୁରୀ, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)-  ବସ ଭିତରେ ଜଣେ ନାବାଳିକାକୁ ଏକ ଘରୋଇ ବସ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ସୋମବାର ରାତିରେ ଏହି ଘଟଣା ଘଟିଛି ପୁରୀ ବସ ଷ୍ଟାଣ୍ଡରେ । କେନ୍ଦୁଝର ଜିଲାର ଜଣେ ନାବାଳିକା (୧୫ ବର୍ଷ) ଏକ ଘରୋଇ ବସ୍ ରେ ପୁରୀ ଆସିଥିଲେ । ସୋମବାର ରାତିରେ ଏହି ବସ୍ ଟି ପୁରୀରେ ପହଂଚିବା ବାଳକୁ ରାତି ହୋଇଯାଇଥିଲା ଓ ସମ୍ପୃକ୍ତ ନାବାଳିକା ଜଣକ ବସ ରେ ଢ଼ୋଳେଇ ପଡ଼ିଥିଲେ । ଏହାର ସୁଯୋଗ ନେଇ ସମ୍ପୃକ୍ତ ବସ ର ହେଲପର ଉକ୍ତ ନାବାଳିକାକୁ ବସ ଭିତରେ ଦୁଷ୍କର୍ମ କରିଥିଲା । ପୁରୀ ର ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇ କୁମ୍ଭରପଡ଼ା ଥାନା ପୋଲିସ୍ ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରିବା ସହିତ ଦୁର୍ଷ୍ମକାରୀ ବସ୍ କର୍ମଚାରୀକୁ ଚିହ୍ନଟ କରି ତାକୁ କୁମ୍ଭରପଡ଼ା ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ଔଡ଼ିଶା ସମାଚାର

About admin

Check Also

ସ୍କୁଲ ବସ୍ ପାଚେରୀରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ

ସାଲେପୁର, ୨୭/୦୧/୨୦୨୦ ( ଓଡ଼ିଶା ସମାଚାର/ ଅଭୟ ଜେନା ):କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ସହରର ଅନତି ଦୂର ନାନ୍ଦୋଳଗଡ଼ା ଠାରେ …

Leave a Reply

Your email address will not be published. Required fields are marked *