Thursday , September 19 2019
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପୁଲିସ ର ଏନକାଉଂଟରରେ ଟିଟୋ ର ସହଯୋଗୀ ବୁଦ୍ଧିଆ ଆହତ

ସଂକ୍ଷେପରେ ତାଜା ଖବର : ପୁଲିସ ର ଏନକାଉଂଟରରେ ଟିଟୋ ର ସହଯୋଗୀ ବୁଦ୍ଧିଆ ଆହତ

କଟକ,୧୧/୦୯/୨୦୧୯(ଓଡ଼ିଶା ସମାଚାର)- କଟକ ରେ ପୁଲିସ ର ଏନକାଉଂଟରରେ ଟିଟୋ ର ସହଯୋଗୀ ବୁଦ୍ଧିଆ ଦାସ ଆହତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସିଡ଼ିଏ ସେକ୍ଟର – ୧୩ ଅଂଚଳରେ ଚାଉଳିଆଗଂଜ ପୋଲିସ୍ ଦ୍ୱାରା ଏନକାଉଂଟରରେ ବୁଦ୍ଧିଆ ଆହତ ହୋଇଛି । ତାର ନାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ବୁଦ୍ଧିଆକୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ବୁଦ୍ଧିଆ ସହିତ ପୋଲିସ ର ଗୁଳି ବିନିମୟ ସମୟରେ ଜଣେ ପୋଲିସ୍ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି । ଆହତ ବୁଦ୍ଧିଆ ନିକଟରୁ ଗୋଟିଏ ୯ ଏମଏମ ପିସ୍ତଲ, ୨ ରାଉଣ୍ଡ ଗୁଳି ଜବତ କରାଯାଇଛି । ବୁଦ୍ଧିଆ ନାମରେ ୩୦ ରୁ ଅଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଅପରାଧୀମାନେ ଏକ ଶିକ୍ଷାନୁଷ୍ଠାନ ନିକଟରେ ଏକଯୁଟ ହେଉଥିବା ସମ୍ପର୍କରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ପୋଲିସ୍ ସେଠାରେ ପହଂଚିଥିଲା । ପୋଲିସ୍ କୁ ଦେଖି ବୁଦ୍ଧିଆ ପ୍ରଥମେ ଗୁଳି ଚଳାଇଥିଲା । ଏହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇଥିଲା । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ହାଜତ ମୃତ୍ୟୁକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଥାନା ରେ ଉତେଜନା

ପଟ୍ଟାମୁଣ୍ଡାଇ,୧୮/୦୯/୨୦୧୯(ଓଡ଼ିଶା ସମାଚାର)- ହାଜତ ମୃତ୍ୟୁକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଥାନା ରେ ଉତେଜନା ପ୍ରକାଶ ପାଇଛି । ମିଳିଥିବା ତାଜା …

Leave a Reply

Your email address will not be published. Required fields are marked *