Thursday , November 14 2019
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପିଲିଲି ରେ ପୋଲିସ୍ ର ଏନକାଉଂଟର -ଦୁର୍ଦ୍ଧାନ୍ତ ଅପରାଧୀ ଭାଗୁ ଆହତ -ପିସ୍ତଲ ଓ ଗୁଳି ଜବତ

ସଂକ୍ଷେପରେ ତାଜା ଖବର : ପିଲିଲି ରେ ପୋଲିସ୍ ର ଏନକାଉଂଟର -ଦୁର୍ଦ୍ଧାନ୍ତ ଅପରାଧୀ ଭାଗୁ ଆହତ -ପିସ୍ତଲ ଓ ଗୁଳି ଜବତ

ପିପିଲି, ୧୮/୧୦/୨୦୧୯(ଓଡ଼ିଶା ସମାଚାର)- ପିଲିଲି ରେ ପୋଲିସ୍ ର ଏନକାଉଂଟର । ଦୁର୍ଦ୍ଧାନ୍ତ ଅପରାଧୀ ଭାଗିରଥି ପ୍ରଧାନ ଆଲିଆସ ଭାଗୁ ଆହତ ହୋଇଛି । ପୋଲିସ୍ ର ଗୁଳି ତାର ବାମ ଗୋଡ଼ରେ ବାଜିଛି । ମିଳିଥିବା ତାଜା ସୂଚନା ଅନୁସାରେ ଭାଗୁ ପୁରୀ ତାଳବଣିଆ ଥାନା ପୋଲିସ୍ ର ମୋଷ୍ଟ ୱାନଟେଡ଼ ଥିଲା । ତା ନାମରେ ବିଭିନ୍ନ ଥାନାରେ ୨୦ ରୁ ଅଧିକ ମାମଲା ଥିଲା । ଗତକାଲି ବିଳମ୍ବିତ ରାତିରେ ପିପିଲି – ନିମାପଡ଼ା ଓଭରବି୍ରଜ ତାରକାଜ ଠାରେ ତାର ଉପସ୍ଥିତି ସୂଚନା ପାଇ ପୋଲିସ୍ ସେଠାରେ ଚଢ଼ାଉ କରିଥିଲା । ପୋଲିସ୍ କୁ ଦେଖି ପୋଲିସ ଉପରକୁ ଗୁଳି ଚଳାଇ ସେ ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ୍ ର ପାଲଟା ଗୁଳି ତାର ବାମ ଗୋଡ଼ରେ ବାଜିବା ଫଳରେ ସେ ଆହତ ହୋଇଥିଲା । ତା ନିକଟରୁ ଏକ ୯ ଏମଏମ ପିସ୍ତଲ , ଗୁଳି ଓ ତା ବାଇକ୍ ଜବତ କରାଯାଇଛି । ଆହତ ଅବସ୍ଥାରେ ତାକୁ ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ତାକୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ମୁଣ୍ଡ କାଟିନେଲେ

ଗଜପତି ,୧୩/୧୧/୨୦୧୯(ଓଡ଼ିଶା ସମାଚାର)- ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ମୁଣ୍ଡ କାଟିନେଲେ ଦୁର୍ବୃତ । ଏପରି …

Leave a Reply

Your email address will not be published. Required fields are marked *