Tuesday , July 16 2019
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଦିନ ଦିପ୍ରହରେ ବ୍ୟାଙ୍କ ଲୁଟ

ସଂକ୍ଷେପରେ ତାଜା ଖବର : ଦିନ ଦିପ୍ରହରେ ବ୍ୟାଙ୍କ ଲୁଟ

ବାଲେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ଦିନ ଦିପ୍ରହରେ ଜିଲାର ଏକ ବ୍ୟାଙ୍କ ଲୁଟ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ବାଲେଶ୍ୱର ଜିଲା ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ ବ୍ୟାଙ୍କ ରୁ ଏହି ଲୁଟ ହୋଇଛି । କଲେଜ ୟୁନିଫର୍ମ ପିନ୍ଧିଥିବା କିଛି ଟଙ୍କା ଉଠାଣ ବାହାନାରେ ଯାଇଥିବା କିଛି ଅସାମାଜୀକ ଏହି କାର୍ଯ୍ୟ କରିଛନ୍ତି । ପ୍ରାୟ ୬ ଜଣ ମୁଖା ପିନ୍ଧା ଦୁର୍ବୃତ ବନ୍ଧୁକ ଦେଖାଇ ଲୁଟ କରି ଫେରାର ହୋଇଯାଇଛନ୍ତି । ବସ୍ତା ପୁଲିସ୍ ଏ ସମ୍ପର୍କରେ ଖବର ପାଇ ବ୍ୟାଙ୍କରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଲୁଟପାଟ ପରେ ବାହାରୁ ତାଲା ପକାଇ ଫେରାର ହୋଇ ଯାଇଛନ୍ତି । ବ୍ୟାଙ୍କ କର୍ତୃପକ୍ଷ ପରେ ୪୦ ଲକ୍ଷ ଲୁଟ ହୋଇଥିବା ପ୍ରକାଶ କରିଛନ୍ତି । ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି । ଡ଼କାୟତମାନେ ଛାଡ଼ିଯାଇଥିବା ୪ ଟି ଅଫୁଟା ବୋମା ଠାବ ହୋଇଛି । ଓଡ଼ିଶା ସମାଚାର

About admin

Check Also

୩ ଚେନ୍ ଲୁଟେରା ଗିରଫ, ୭ ସୁନାଚେନ୍ ଜବତ

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)- ଚାଉଳିଆଗଞ୍ଜ ପୁଲିସ ଏକ ସୁନାଚେନ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି …

Leave a Reply

Your email address will not be published. Required fields are marked *