Tuesday , February 25 2020
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଛାତ୍ରୀଙ୍କୁ ଗୁଳି ମାଡ଼ ଘଟଣାର ନୂଆ ମୋଡ଼ – ଅଭିଯୁକ୍ତ ଯୁବକ ବନ୍ଧୁ ଗିରଫ

ସଂକ୍ଷେପରେ ତାଜା ଖବର : ଛାତ୍ରୀଙ୍କୁ ଗୁଳି ମାଡ଼ ଘଟଣାର ନୂଆ ମୋଡ଼ – ଅଭିଯୁକ୍ତ ଯୁବକ ବନ୍ଧୁ ଗିରଫ

ଭୁବନେଶ୍ୱର ,୧୦/୦୨/୨୦୨୦ (ଓଡ଼ିଶା ସମାଚାର)- ଛାତ୍ରୀଙ୍କୁ ଗୁଳି ମାଡ଼ ଘଟଣାର ନୂଆ ମୋଡ଼ । ଆହତ ଛାତ୍ରୀ ଙ୍କ ଯୁବ ବନ୍ଧୁ ଙ୍କୁ ପଚରା ଉଚୁରା ପରେ ପୋଲିସ୍ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ପ୍ରକୃତରେ ଛାତ୍ରୀଙ୍କୁ ରାସ୍ତାରେ ଗୁଳିମାଡ଼ ହୋଇନାହିଁ । ଛାତ୍ରୀ ଜଣକ ରହୁଥିବା ରୁମ ମଧ୍ୟରେ ଗୁଳିକାଣ୍ଡ ଘଟିଛି । ଛାତ୍ରୀ ଙ୍କ ଯୁବକ ବନ୍ଧୁ ଓ ଛାତ୍ରୀ ବନ୍ଧୁକରେ ଖେଳୁ ଖେଳୁ ଗୁଳି ଘୁଟିଥିବା ପୋଲିସ କମିଶନର ଟିଟ କରି ସୂଚନା ଦେଇଛନ୍ତି । ଆହତ ସୋନାଲୀ ଦାସ ଙ୍କ ଯୁବକ ବନ୍ଧୁ ଆସିଶ କୁମାର ନାୟକଙ୍କୁ ପୋଲିସ ପଚରା ଉଚୁରା ପରେ ଗିରଫ କରିଛି । ତେବେ ଆସିଶ ଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ସେ ଆହତ ଅବସ୍ଥାରେ ସୋନାଲୀ ଙ୍କୁ ନେଇ କଳିଙ୍ଗ ହସପିଟାଲ ରେ ଭର୍ତି କରିଥିଲା ଓ କଥା ହେଉଥିବାବେଳେ ୨ ଜଣ ଯୁବକ ଆସି ଗୁଳି କରି ଫେରାର ହୋଇଯାଇଥିବା ନାଟକ ରଚନାକରିଥିଲା । ଓଡ଼ିଶା ସମାଚାର

About admin

Check Also

ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା,୨୫/୦୨/୨୦୨୦(ଓଡ଼ିଶା ସମାଚାର)-ମାନସିକ ଅବସାଦ ଗ୍ରସ୍ତହୋଇ ଜଣେ ସିଆରପିଏଫ ଯବାନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ସିଆରପିଏଫ ଚତୁର୍ଥ ବାଟାଲିୟନ ରେ …

Leave a Reply

Your email address will not be published. Required fields are marked *