Monday , December 9 2019
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଚୋରା ଚାଲାଣ ବେଳେ ଦେଢ଼କୋଟି ଟଙ୍କାର ଗଂଜେଇ ଜବତ, ୨ ଗିରଫ

ସଂକ୍ଷେପରେ ତାଜା ଖବର : ଚୋରା ଚାଲାଣ ବେଳେ ଦେଢ଼କୋଟି ଟଙ୍କାର ଗଂଜେଇ ଜବତ, ୨ ଗିରଫ

ମାଲକାନାଗିରି ,୧୭/୧୧/୨୦୧୯(ଓଡ଼ିଶା ସମାଚାର)- ଚୋରା ଚାଲାଣ ହେଉଥିବାବେଳେ ଦେଢ଼କୋଟି ଟଙ୍କାର ଗଂଜେଇ ଜବତ କରିଛି ପଟାଙ୍ଗୀ ପୁଲିସ୍ । ଏଥିସହ ୨ଜଣଙ୍କୁ ଗିରଫ କରିଛି । ମଳିଥିବା ସୂଚନା ଅନୁସାରେ ଏକ ୧୦ ଚକିଆ ହେଭି ଭିକିଲ (ଟ୍ରକ୍) ମଧ୍ୟରେ ୪୬୩ କେଜି ୪୮୦ ଗ୍ରାମ ଗଂଜେଇ ମାଲକାନାଗିରିରୁ ଉତରପ୍ରଦେଶ ଚୋରା ଚାଲାଣ ହେଉଥିବାବେଳେ ଧରାପଡ଼ିଛି । ଜବତ ଗଂଜେଇର ମୂଲ୍ୟ ଦେଢ଼କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଉକ୍ତ ଗାଡ଼ିର ଚାଳକ ଓ ଅନ୍ୟ ଜଣକୁ ଗିରଫ କରାଯାଇଛି । ଓଡ଼ିଶା ସମାଚାର

 

 

ଫଟୋ: କୋରାପୁଟ ପୋଲିସ୍ ସୌଜନ୍ୟରୁ

About admin

Check Also

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ପୌରାଂଚଳରେ ଦିନକୁ ଦିନ ଚୋରା ନିଶାବେପାର ବଢି ଚାଲିଥିବା ବେଳେ ଆଜି ମାର୍କଣ୍ଡପୁର …

Leave a Reply

Your email address will not be published. Required fields are marked *