Monday , December 9 2019
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଚିଙ୍ଗୁଡ଼ି ପ୍ରୋସେସିଙ୍ଗ ପ୍ଲାଂଟ ରେ ଗ୍ୟାସ ଲିକ୍ ଯୋଗୁ ଶିଶୁ, ବାଳିକା ଓ ମହିଳାଙ୍କ ସମେତ ୧୦୦ ରୁ ଅଧିକ ଶ୍ରମିକ ଅସୁସ୍ଥ

ସଂକ୍ଷେପରେ ତାଜା ଖବର : ଚିଙ୍ଗୁଡ଼ି ପ୍ରୋସେସିଙ୍ଗ ପ୍ଲାଂଟ ରେ ଗ୍ୟାସ ଲିକ୍ ଯୋଗୁ ଶିଶୁ, ବାଳିକା ଓ ମହିଳାଙ୍କ ସମେତ ୧୦୦ ରୁ ଅଧିକ ଶ୍ରମିକ ଅସୁସ୍ଥ

ବାଲେଶ୍ୱର ,୧୩/୧୧/୨୦୧୯(ଓଡ଼ିଶା ସମାଚାର)-ସୋର ଅଂଚଳର ଖନ୍ତପଡ଼ା ଠାରେ ଥିବା ଏକ ଚିଙ୍ଗୁଡ଼ି ପ୍ରୋସେସିଙ୍ଗ ପ୍ଲାଂଟ ରେ ଗ୍ୟାସ ଲିକ୍ ଯୋଗୁ ୧୦୦ ରୁ ଅଧିକ ଶ୍ରମିକ ଅସୁସ୍ଥ ହୋଇଥିବା ଖବର ମିଳିଛି । ଅସୁସ୍ଥ ଶ୍ରମିକ ମାନଙ୍କ ମଧ୍ୟରେ କିଛି ଶିଶୁ ଶ୍ରମି. ବାଳିକା ଓ ମହିଳା ଅସୁସ୍ଥ ଥିବାରୁ ସେଠାରେ ଉତେଜନା ପ୍ରକାଶ ପାଇଛି । ଅସୁସ୍ଥ ଶ୍ରମିକ ମାନଙ୍କୁ ଖନ୍ତପଡ଼ା ହସପିଟାଲ ରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଶ୍ରମିକ ଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ଜିଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଚିଙ୍ଗୁଡ଼ି ପ୍ରୋସେସିଙ୍ଗ ପ୍ଲାଂଟ ରୁ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁ ଅସୁସ୍ଥ ଶ୍ରମିକ ମାନେ ଚେତାଶୂନ୍ୟ ଥିଲେ । ସେମାନଙ୍କ ମଧ୍ୟରୁ କିଛି ଅସୁସ୍ଥ ଶ୍ରମିକଙ୍କର ଧିରେ ଧିରେ ଚେତା ଫେରୁଥିବାରୁ ସେମାନେ ସୁସ୍ଥ ହେଉଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ପୌରାଂଚଳରେ ଦିନକୁ ଦିନ ଚୋରା ନିଶାବେପାର ବଢି ଚାଲିଥିବା ବେଳେ ଆଜି ମାର୍କଣ୍ଡପୁର …

Leave a Reply

Your email address will not be published. Required fields are marked *