ଭୁବନେଶ୍ୱର ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- ଗତକାଲି ରାତିରେ ଜଣେ ମହିଳା ଗ୍ୟାସ ଚୁଲାରେ ପାଣି ଗରମ କରୁଥିବାବେଳେ ଗ୍ୟାସ ଟାଙ୍କି ବିଷ୍ଫୋରଣ ଘଟି ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ପତ୍ନୀ ଗ୍ୟାସ ଚୁଲାରେ ପାଣି ଗରମ କରୁଥିବାବେଳେ ଗ୍ୟାସ ଟାଙ୍କି ବିଷ୍ଫୋରଣ ଘଟି ଥିଲା । ପତ୍ନୀ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ବଂଚାଇବାକୁ ଯାଇ ସ୍ୱାମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଦମ୍ପତିଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହିଭଳି ଦୁର୍ଘଟଣା ଘଟିଛି ଟାଙ୍ଗୀ ବ୍ଲକ୍ ନୂଆଗଡ଼ ପଂଚାୟତ ହରିପୁର ଗାଁ ରେ । ଓଡ଼ିଶା ସମାଚାର
Check Also
ତାଜା ଖବର : ଯୁବତୀଙ୍କୁ ପୋଲିସ କର୍ମଚାରୀଙ୍କ ଗଣ ଦୁଷ୍କର୍ମ ଅଭିଯୋଗ
ଭୁବନେଶ୍ୱର ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- ପୁରୀରେ ଆଉ ଏକ ଲଜ୍ଜା । ଜଣେ ଯୁବତୀଙ୍କର ଅଭିଯୋଗ ଅତ୍ୟନ୍ତ ଚାଂଚଲ୍ୟକର । ସମ୍ପୃକ୍ତ …