ବାଲେଶ୍ୱର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଏକ ଗୋରୁ ବୋଝେଇ ଗାଡ଼ି ଓଲଟି ୨୫ ଗୋରୁ ମୃତ୍ୟୁ ବରଣ କରିଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନଂ ଜାତୀୟରାଜପଥ ର ଅଳାଳପୁର ନିକଟରେ ଏକ ଗୋରୁ ବୋଝେଇ ଗାଡ଼ି ଓଲଟି ପଡ଼ିଥିଲା । ଫଳରେ ସେଥିରେ ଥିବା ୨୫ ଟି ଗୋରୁଙ୍କର ମୃତ୍ୟୁ ହୋଇଥିଲା । ଗାଡ଼ିଟି ଓଲଟି ପଡ଼ିବା ପରେ ଗାଡ଼ିର ଡ଼୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ଏହି ଗୋରୁ ମାନଙ୍କୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ସନେ୍ଦହ କରାଯାଉଛି । ଓଡ଼ିଶା ସମାଚାର
Check Also
ପୁଅକୁ ବଳିଦେବା ଅଭିଯୋଗରେ ବାପା ଗିରଫ
ଭୁବନ,୦୬/୧୨/୨୦୧୯(ଓଡ଼ିଶା ସମାଚାର)-ଭୁବନ ଥାନା କେନ୍ଦୁପଡା ଗ୍ରାମର ଜନୈକ ଅଙ୍ଗନବାଡି ସହାୟିକାଙ୍କ ସ୍ୱାମୀ ପୁରସ୍ତମ ନିଜ ପୁଅକୁ ଗୁଣିଗାରେଡି କରି ବଳି …