Monday , December 16 2019
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : କିଶନନଗର ଥାନା ଦୁଲୁପୁର ବାଲିଘାଟରେ ଉତେଜନା – ପ୍ରୋକଲିନ୍ ମେସିନ୍ ଅଟକ ରଖିଲେ ଗ୍ରାମର ମହିଳା

ସଂକ୍ଷେପରେ ତାଜା ଖବର : କିଶନନଗର ଥାନା ଦୁଲୁପୁର ବାଲିଘାଟରେ ଉତେଜନା – ପ୍ରୋକଲିନ୍ ମେସିନ୍ ଅଟକ ରଖିଲେ ଗ୍ରାମର ମହିଳା

ନିଶ୍ଚିନ୍ତକୋଇଲି, ୨୦/୧୧/୨୦୧୯(ଓଡ଼ିଶା ସମାଚାର)-କଟକ ଜିଲା ଅଧିନସ୍ଥ ନିଶ୍ଚିନ୍ତକୋଇଲି ବ୍ଲକ୍ , କିଶନନଗର ତହସିଲ ଓ ଥାନା ଅନ୍ତର୍ଗତ ବାବୁଜଙ୍ଗ ପଂଚାୟତର ଦୁଲୁପୁର ଠାରେ ଥିବା ଚିତ୍ରୋତ୍ପଳା ନଦୀର ବାଲି ଘାଟରେ ଉତେଜନା ପ୍ରକାଶ ପାଇଛି । ଦୁଲୁପୁର ବାଲି ସଇରାତ / ଘାଟ ରେ ବର୍ଷକୁ ଯେତିକି ପରିମାଣର ବାଲି ଉଠାଯିବା କଥା ପ୍ରୋକଲିନ୍ ମେସିନ ଓ ହାଇୱା ସାହାଯ୍ୟରେ ଦିନକୁ ସେତିକି ପରିମାଣର ବାଲି ଉଠାଯାଉଛି । ନଦୀଘାଟର ରାସ୍ତା ରେ ଗ୍ରାମର ମହିଳା ମାନେ ନଦୀକୁ ଗାଧେଇବା ପାଇଁ ଯାଇପାରୁନାହାନ୍ତି । ଗତ ବର୍ଷ ଋତୁ ରେ ନଦୀରେ ପାଣି ଥିବାରୁ ବାଲି ଉଠାଣ ବନ୍ଦ ରହିଥିଲା । ନଦୀରୁ ପାଣି ସୁଖିଯିବା ପରେ ପୁଣି ବାଲି ଉତୋଳନ କରିବା ପାଇଁ ଆଜି ୨ ଟି ପ୍ରୋକଲିନ୍ ମେସିନ ସାହାଯ୍ୟରେ ହାଇୱା ଲଗାଇ ବାଲି ଚାଲାଣ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଦେଖି ଗ୍ରାମର ମହିଳାମାନେ ଏକଜୁଟ ହୋଇ ବାଲି ଘାଟରେ ବସି ରହିବା ସହ ଦୁଇଟି ପ୍ରୋକଲିନ୍ ମେସିନ କୁ ଅଟକ ରଖିଥିଲେ । ସେଥିରୁ ଗୋଟିଏ ଖସି ପଳାଇଥିବାବେଳେ ଅନ୍ୟଟିକୁ ମହିଳାମାନେ ଅଟକ ରଖିଛନ୍ତି । ବାଲି ଘାଟରେ ଉତେଜନା ପ୍ରକାଶ ପାଇଥିବା ଖବର ପାଇ ମାହାଳହାଟ ଫାଣ୍ଡିର ଦୁଇ ଜଣ ପୋଲିସ୍ କର୍ମଚାରୀ ସେଠାରେ ପହଂଚିଛନ୍ତି ଓ କିଶନନଗର ଥାନା ଆଇଆଇସି ଘଟଣାସ୍ଥଳକୁ ଆସୁଥିବା କହିଛନ୍ତି । କଟକ ଜିଲାପାଳ ଏଥିରେ ତୁରନ୍ତ ହସ୍ତକ୍ଷେପ ନକଲେ ସେଠାରେ ଆଇନ କାନୁନ ପରିସ୍ଥିତି ସୃଷ୍ଟିହେବା ଅବଶ୍ୟମ୍ଭାବି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ – ହତ୍ୟାକାରୀ ଭାଉଜ ଗିରଫ

ଟାଙ୍ଗୀ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । …

Leave a Reply

Your email address will not be published. Required fields are marked *