Tuesday , August 20 2019
Breaking News
Home / ନିର୍ବାଚନ / ସଂକ୍ଷେପରେ ତାଜା ଖବର :  ଅପରାହ୍ନ ୩ ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ 

ସଂକ୍ଷେପରେ ତାଜା ଖବର :  ଅପରାହ୍ନ ୩ ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ 

ପାଟକୁରା/ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଜାରି ରହିଛି । ସକାଳ ୬ ଟାରୁ ମକ୍ ପୋଲ କରାଯାଇଥିବାବେଳେ ସକାଳ ୭ ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇ ଜାରି ରହିଛି । ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଚାଲୁ ରହିବ ।  ତେବେ ୬ ଟା ସୁଦ୍ଧା ଯେଉଁମାନେ ଭୋଟ ଦେଇପାରିନଥିବେ କିନ୍ତୁ କ୍ୟାମ୍ପସରେ ଧାଡ଼ିରେ ରହିଥିବେ , ସେମାନେ ଯେତେ ବିଳମ୍ବ ହେଲେ ମଧ୍ୟ ଭୋଟ ଦେଇପାରିବେ । ଅପରାହ୍ନରେ ଭୋଟରଙ୍କ ସଂଖ୍ୟା ଧିରେ ଧିରେ ବଢ଼ି ବଢ଼ି ଚାଲିଛି ।  ସକାଳ ୧୧ ଟା ସୁଦ୍ଧା ମତଦାନ ୨୬ ପ୍ରତିଶତ ହୋଇଥିବାବେଳେ ମଧ୍ୟାହ୍ନ ୧ ଟା ସୁଦ୍ଧା ୩୦ ପ୍ରତିଶତ ମତଦାନ ହୋଇଥିଲା । ବର୍ତମାନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ର ରୁ ଜଣା ପଡ଼ିଛି ଅପରାହ୍ନ ୩ ଟା ସୁଦ୍ଧା ମତଦାନ ବଢ଼ି ୬୧ ପ୍ରତିଶତ ରେ ପହଂଚିଛି ।  ଓଡ଼ିଶା ସମାଚାର

About admin

Check Also

ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡକୁ ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବାକୁ ପିୟୂଷ ଗୋଏଲଙ୍କ ଘୋଷଣା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରଖିଲେ ରେଳମନ୍ତ୍ରୀ ନୂଆଦିଲ୍ଲୀ/ ଭୁବନେଶ୍ୱର , ୧୯/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଭୁବନେଶ୍ୱରରୁ …

Leave a Reply

Your email address will not be published. Required fields are marked *