Wednesday , February 26 2020
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ସଂକ୍ଷେପରେ ଖବର: ଭିତର କନିକା ଜାତୀୟ ଉଦ୍ୟାନ ଖୋଲିଲା

ସଂକ୍ଷେପରେ ଖବର: ଭିତର କନିକା ଜାତୀୟ ଉଦ୍ୟାନ ଖୋଲିଲା

ରାଜନଗର,୦୧/୦୮/୨୦୧୯ (ଓଡ଼ିଶା ସମାଚାର)- ଭିତର କନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକ ମାନଙ୍କ ପାଇଁ ଆଜି ଖୋଲିଲା । କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଗତ ମଇଁ ପହିଲାରୁ ପର୍ଯ୍ୟଟକ ମାନଙ୍କପାଇଁ ଏହା ବନ୍ଦ ରହିଥିଲା । ଏହି ସମୟରେ କୁମ୍ଭୀରମାନେ ଅଣ୍ଡା ଦେଉଥିବାରୁ ହ୍ରିଂସ ହୋଇଥାନ୍ତି । ତେଣୁ ଏହି ସମୟରେ ପର୍ଯ୍ୟଟକମାନଙ୍କ ପାଇଁ ଏହାକୁ ବନ୍ଦ ରଖାଯାଇଥାଏ । ଆଜି ସକାଳୁ ଏହି ଭିତର କନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି । ତେବେ ପର୍ଯ୍ୟଟକମାନଙ୍କ ପାଇଁ ଫଟୋ ପରିଚୟପତ୍ର ଓ ଲାଇଭ ଜାକେଟ ବାଧ୍ୟତାମୂଳକ କରାଯାଇଛି । ୩ ମାସ ବନ୍ଦ ରହିବା ପରେ ଆଜି ଏହି ଜାତୀୟ ଉଦ୍ୟାନ ଖୋଲିଥିବାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଫୁଲ ଚନ୍ଦନ ଦିଆଯାଇ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି । ଯେଉଁ ପର୍ଯ୍ୟଟକମାନେ ଭିତରକନିକା ଆସୁଛନ୍ତି ସେମାନେ ସାଙ୍ଗରେ ଯେ କୌଣସି ଫଟୋ ପରିଚୟ ପତ୍ର ଓ ତାହାର ଜେରକ୍ସ କପି ଆଣିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବେଶ ଫାଟକରେ ପରିଚୟ ପତ୍ର ର କପି ଦେବାକୁ ପଡ଼ିବ । ଓଡ଼ିଶା ସମାଚାର

About admin

Check Also

୭ରୁ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର ,୦୨/୦୨/୨୦୨୦ (ଓଡ଼ିଶା ସମାଚାର)-ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନ ସହଯୋଗରେ ଆସନ୍ତା ୭ …

Leave a Reply

Your email address will not be published. Required fields are marked *