Friday , October 18 2019
Breaking News
Home / ତାଜା ଖବର / ସଂକ୍ଷେପରେ ଖବର :   ବେଆଇନ କରତକଳ ସିଲ , ମାରୁତି ଭ୍ୟାନ୍ ଓ କାଠ , ଯନ୍ତ୍ରାଂଶ ଜବତ     

ସଂକ୍ଷେପରେ ଖବର :   ବେଆଇନ କରତକଳ ସିଲ , ମାରୁତି ଭ୍ୟାନ୍ ଓ କାଠ , ଯନ୍ତ୍ରାଂଶ ଜବତ     

ଭଂଜନଗର,୨୦/୦୯/୨୦୧୯(ଓଡ଼ିଶା ସମାଚାର)-ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବଡ଼ଗଡ଼ ଓ ସୋରଡ଼ା ରେଂଜରେ କାଠ ମାଫିଆମାନେ ଜଙ୍ଗଲ ଧ୍ୱଂଶ କରୁଛନ୍ତି । ମାଓ ଉପଦୃତ ଅଂଚଳରେ କାଠ ମାଫିଆମାନେ ଜଙ୍ଗଲ କ୍ଷୟ କରି ଚାଲିଛନ୍ତି । ଡ଼ିଏଫଓ ସତ୍ୟନାରାୟଣ ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଗୋଟିଏ ବେଆଇନ୍ କରତକଳ,ଏକ ମାରୁତି ଭ୍ୟାନ୍ ,ବିପୁଳ ପରିମବାଣର କାଠ ଗଣ୍ଡି ଜବତ କରାଯାଇଛି । ସୋରଡ଼ା ବନାଂଚଳର ଗାଜଲବାଡ଼ି ନିକଟରେ ଏକ କରତ କଳ ବେଆଇନଭାବେ ଚାଲୁଥିବାର ଦେଖି ତାହାକୁ ସିଲ କରାଯାଇଛି । ୨୫ ଘନ ଫୁଟ ର କାଠ ଗଣ୍ଡି ଓ ଯନ୍ତ୍ରାଂଶ ଜବତ କରାଯାଇଛି । କରତକଳରେ କେହି ନଥିଲେ । କରତ କଳ ମଧ୍ୟରେ ଥିବା ଆଉ ୨୦ ଘନ ଫୁଟ କାଠ ମଧ୍ୟ ଜବତ କରାଯାଇଥିଲା । ସେହିପରି ସୋରଡ଼ା ରେଂଜ ର ବୋର୍ଦ୍ଧା ଠାରେ ପେଟ୍ରୋଲିଂ ସମୟରେ ଏକ ମାରୁତି ଭ୍ୟାନ୍ ରେ ନିଆଯାଉଥିବା ୨୨ ଘନ ଫୁଟର ୬ ଟି କାଠ ଗଣ୍ଡି ଜବତ କରାଯିବା ସହ ମାରୁତି କୁ ଜବତ କରାଯାଇଛି । ଆଗାମୀ ଦିନରେ ଆହୁରୀ ଜୋରଦାର ଚଢ଼ାଉ କରାଯିବ ବୋଲି ଡ଼ିଏଫଓ କହିଛନ୍ତି । ବଡ଼ଗଡ଼ ରେଂଜର ନୃସିଂହ ବେହେରା,ସୋରଡ଼ା ରେଂଜର କାହ୍ନୁ ପଟ୍ଟନାୟକ ବନପାଳ ଓ ବନରକ୍ଷୀମାନେ ଏହି ଚଢ଼ାଉ ରେ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ପିପିଏଲ ବ୍ୟାଗିଙ୍ଗ ପ୍ଲାଂଟର ରେଳ ଧାରଣାରେ କଟିଯାଇ ଶ୍ରମିକର ମୃତୁ୍ୟ

ପାରାଦ୍ୱୀପ ୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ପାରାଦ୍ୱୀପ ଫସଫେଟ୍ ଲିମିଟେଡ (ପିପିଏଲ) ସାରକାରଖାନାରେ ସାର ବୋଝେଇ ସମୟରେ ଜଣେ ଶ୍ରମିକ …

Leave a Reply

Your email address will not be published. Required fields are marked *