Tuesday , February 25 2020
Breaking News
Home / ତାଜା ଖବର / ଷଣ୍ଢ ଆକ୍ରମଣରେ ବୃଦ୍ଧ ଗୁରୁତର

ଷଣ୍ଢ ଆକ୍ରମଣରେ ବୃଦ୍ଧ ଗୁରୁତର

ସାଲେପୁର ୧୨/୦୨/୨୦୨୦(ଓଡ଼ିଶା ସମାଚାର/ ଅଭୟ ଜେନା) :  ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ପଂଚାୟତ କୁସମ୍ବୀ ଗ୍ରାମର ଅକ୍ଷୟ ଚନ୍ଦ୍ର ସାହୁ (୬୨) ଏକ ମାରଣା ଷଣ୍ଢ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ଷଣ୍ଢଟି ଅକ୍ଷୟଙ୍କ ଖଳାରୁ ଧାନ ଖାଉଥିବା ସମୟରେ ସେ ଗୋଡ଼ାଇବାରୁ ଷଣ୍ଢଟି ଆକ୍ରମଣ କରିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଅଂଚଳର ଲୋକମାନେ ରାଇସୁଙ୍ଗୁଡ଼ାର ଶକ୍ତିସାଇ ହସ୍ପିଟାଲକୁ ନେଇଥିଲେ । ଷଣ୍ଢଟି ବୃଦ୍ଧ ଜଙ୍ଘରେ ସିଙ୍ଗ ପୁରାଇ ଦେବା ଫଳରେ ୨୦ଟି ଷ୍ଟିଜ୍ ପଡ଼ିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା,୨୫/୦୨/୨୦୨୦(ଓଡ଼ିଶା ସମାଚାର)-ମାନସିକ ଅବସାଦ ଗ୍ରସ୍ତହୋଇ ଜଣେ ସିଆରପିଏଫ ଯବାନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ସିଆରପିଏଫ ଚତୁର୍ଥ ବାଟାଲିୟନ ରେ …

Leave a Reply

Your email address will not be published. Required fields are marked *