Monday , December 16 2019
Breaking News
Home / ସ୍ୱାସ୍ଥ୍ୟ / ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ  ବହୁବିଧ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ  ବହୁବିଧ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

କେନ୍ଦ୍ରାପଡା,୨୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଶ୍ରୀ ସତ୍ୟସାଇ ସେବା ସଂଗଠନ ଆନୁକୁଲ୍ୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ଗୋବରୀ ସରକାରୀ ହାଇସ୍କୁଲ ପରିସରରେ ରବିବାର ଏକ ବହୁବିଧ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପ୍ରାକ୍ତନ ଜିଲ୍ଲା ସଭାପତି ରାମଚନ୍ଦ୍ର ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ସିବିରକୁ ଉଦଘାଟନ କରିଥିଲେ । ନିକଟସ୍ଥ ଗ୍ରାମମାନଙ୍କରୁ ଆସିଥିବା ପ୍ରାୟ ୨୯୦ଜଣ ରୋଗୀଙ୍କୁ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ଆସିଥିବା ଡା.ଅଭୟ କୁମାର ସାହୁ,ପଂଚାନନ ସାହୁ,ରବିନ୍ଦ୍ର ସେନାପତି,ମୋନାଲିସା ସ୍ୱାଇଁ ପ୍ରମୁଖ ମାଗଣାରେ ଚିକିତ୍ସା କରିବା ସହ ଆବଶ୍ୟକ ଔଷଧ ଯୋଗାଇ ଦେଇଥିଲେ । ଶ୍ରୀ ସତ୍ୟସାଇ ସେବା ସମିତି ପଲାଇ,କୋରୋର ସେବାଦଳ ରୋଗୀମାନଙ୍କୁ ସହାୟତା ପ୍ରଦାନ କରିଥିଲେ । ସଂଗଠନର ପ୍ରାକ୍ତନ ଆବାହକ ପ୍ରଶାନ୍ତ  ସାମଲ, ସ୍ମୃତିରଞ୍ଜନ ନାୟକ, ଆଧ୍ୟାତ୍ମିକ ସଂଯୋଜକ ସୁରେଶ ଚନ୍ଦ୍ର ସାହୁ, ଇନ୍ଦ୍ରମଣି ଦାସ, ପଦନୀ ମୋହନ ସେନାପତି, ଶୁଭକାନ୍ତ ସ୍ୱାଇଁ, ସର୍ବେଶ୍ୱର ସାହୁ, ନରେନ୍ଦ୍ର ନାଥ ସାହୁ, ପତିତପାବନ ଲେଙ୍କା ପ୍ରମୁଖ ସେବା କାର୍ଯ୍ୟରେ ସାମିଲ ହୋଇ ଶିବିରକୁ ସଫଳ କରିଥିଲେ । ବିଦ୍ୟାଜ୍ୟୋତି ଜିଲ୍ଲା ସଂଯୋଜକ ଦିପ୍ତିରଞ୍ଜନ ଦାଶ ଓ ବିଷ୍ଣୁ ଚରଣ ସାମଲ ଏହି ପବିତ୍ର କାର୍ଯ୍ୟକୁ ସଂଯୋଜନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଲିଙ୍ଗ ନିରୂପଣ ବନ୍ଦ ପାଇଁ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଜିଲ୍ଲାସ୍ତରୀୟ ଆଡଭାଇଜରୀ କମିଟି ଓ ଟାସ୍କଫୋର୍ସ ସଭା କଟକ, ୧୦/୧୨/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାସ୍ତରୀୟ ଆଡଭାଇଜରି କମିଟି ସଭା ଓ ଜିଲ୍ଲାସ୍ତରୀୟ …

Leave a Reply

Your email address will not be published. Required fields are marked *