Tuesday , July 16 2019
Home / ବିଶେଷ / ଶ୍ରୀ ଶ୍ରୀ ଶିରିଡି ସାଇ ବାବାଙ୍କ ବିଗ୍ରହ ପ୍ରତିଷ୍ଠାର ଷଷ୍ଠ ବାର୍ଷିକ ଓ ହନୁମାନଜୀଙ୍କ ବାର୍ଷିକ ଉତ୍ସବ ଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା

ଶ୍ରୀ ଶ୍ରୀ ଶିରିଡି ସାଇ ବାବାଙ୍କ ବିଗ୍ରହ ପ୍ରତିଷ୍ଠାର ଷଷ୍ଠ ବାର୍ଷିକ ଓ ହନୁମାନଜୀଙ୍କ ବାର୍ଷିକ ଉତ୍ସବ ଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା

ଜଗତସିଂହପୁର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଗୋପାଳସାଗର ଠାରେ ଥିବା ଶ୍ରୀ ଶ୍ରୀ ଶିରିଡ ସାଇମନ୍ଦିରର ବିଗ୍ରହ ପ୍ରତିଷ୍ଠାର ଷଷ୍ଠ ବାର୍ଷିକ ଉତ୍ସବ ଏବଂ ହନୁମାନଜୀଙ୍କ ତୃତୀୟ ବାର୍ଷିକ ଉତ୍ସବ ଯଜ୍ଞ ନିମନ୍ତେ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଶୋଭା ଯାତ୍ରାରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସାଇ ଶ୍ରଦ୍ଧାଳୁ ଯୋଗଦେଇ କଳସ ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରି ଗୋପାଳସାଗର ସାଇମନ୍ଦିର ନିକଟରେ ପହଂଚିଥିଲେ । ଏହି ଉତ୍ସବ ୧୧ତାରିଖରୁ ଆରମ୍ଭ ହୋଇ ୧୭.୭.୧୯ରିଖରେ ଶେଷ ହେବ । ଏହି ଅବସରରେ ବିଭିନ୍ନ ପୂଜାବିଧି ରିତିନୀତି ଅନୁଯାୟୀ ଅନୁଷ୍ଠିତ ହେବା ସହିତ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଯଜ୍ଞରେ କର୍ତାଭାବେ ରାଜେନ୍ଦ୍ର ପ୍ରସାଦ ଲେଙ୍କ ଓ କର୍ତି ଭାବେ ମମତାମୟୀ ଲେଙ୍କା କାର୍ଯ୍ୟ ସଂପାଦନ କରିବେ । ଏହି ଉତ୍ସବରେ ବହୁସଂଖ୍ୟାରେ ଯୋଗଦାନ କରିବାକୁ ସାଇଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ରୋଟାରୀ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)-ମର୍କତ ନଗର ସିଡିଏ ୬ ନମ୍ବର ସେକ୍ଟରରେ ଥିବା କାଠଯୋଡି ବିହାରରେ …

Leave a Reply

Your email address will not be published. Required fields are marked *