Saturday , February 29 2020
Breaking News
Home / ଶିକ୍ଷା / ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତି ସଂଘର ଆନ୍ତର୍ଜାତୀୟ ସଂସ୍କରଣ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତି ସଂଘର ଆନ୍ତର୍ଜାତୀୟ ସଂସ୍କରଣ

ଭୁବନେଶ୍ୱର ,୧୦/୦୨/୨୦୨୦ (ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତିସଂଘ ର ଆନ୍ତର୍ଜାତୀୟ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏହି ଅବସରେରେ ଉଚ୍ଚ ଶିକ୍ଷା ,କୃଷି ଓ କୃଷକ ସଶକ୍ତିକରଣ ,ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ଼.ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ଅତୀବ ରୋଚକ ଭାବରେ ସରଳତା ,ସତ୍ୟ , ଶୃଙ୍ଖଳା ପରି ମାନବୀୟ ମୂଲ୍ୟବୋଧକୁ ଆଦରି ନେବାକୁ ପରାମର୍ଶ ଦେଇଥିଲେ । ବିଶ୍ୱବିଦ୍ୟାଳୟର ପରିବେଶରେ ଅଦ୍ଭୁତାପୂର୍ଣ ବାତାବରଣ ଥିବାରୁ ସେଏହିଠାରେ ଛାତ୍ର ଜୀବନ ଅତିବାହିତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଅନ୍ୟ ଦେଶତୁଳନାରେ ଭାରତ ଗବେଷଣା କ୍ଷେତ୍ର ରେପଛୁଆ ଥିବାରୁ ସେ ଛାତ୍ର ଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଏହି ଦିଗରେ ନିଜର ରୁଚି ବଢ଼େଇବାକୁ କହିଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସୁଖମୟ ବାତାବରଣ ର ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ଅବସରରେ ସଂଗୀତ ବିଭଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ସରସ୍ୱତୀ ବନ୍ଦନା,ନୃତ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ପାରମ୍ପାରିକ ଓଡିଶୀନୃତ୍ୟ ଓ ଯୋଗ ବିଜ୍ଞାନ ବିଭାଗ ତରଫରୁ ଯୋଗନୃତ୍ୟ ପରିବେଷଣ କରାଯାଇଥିଲା ।ସେହିପରି,ଉଦଘାଟନୀ ଉତ୍ସବ ରେ ଇନ୍‌ଷ୍ଟିଟ୍ୟୁଟ ଅଫ କ୍ୱାଲିଟି ଆଣ୍ଡ ଏନଭିରନମେଂଟ ସରଭିସେସ ପ୍ରାଇଭେଟ ଲିମିଟେଡ଼ ର ନିର୍ଦେଶକ ଏବଂପ୍ରତିଷ୍ଟାଥା,ଶ୍ରୀ ସୁବ୍ରତୋ ପାଣିଗ୍ରାହୀ ଓ ୱେଷ୍ଟବେଙ୍ଗଲ , ମିଳିତ ଜାତିସଂଘ ଫେଡେରେସନ ର ସେକ୍ରେଟାରୀ ଜେନେରାଲ ସୁଶ୍ରୀ କୁସୁମ ମୁସାଦ୍ଦି ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ବିଶ୍ୱବିଦ୍ୟାଳୟର କୂଳସଚିବ ଡ଼. ବି ଆର ଶର୍ମା,ଛାତ୍ର ବ୍ୟବସ୍ଥା ନିର୍ଦ୍ଦେଶକ କ୍ୟାପଟେନ ଚନ୍ଦ୍ରଶେଖର ପଣ୍ଡା ଏବଂ କାର୍ମିକ ନିର୍ଦେଶକ ଶ୍ରୀନରେନ୍ଦ୍ର ଲାକ୍ରା ଉପସ୍ଥିତ ଥିଲେ । ଶ୍ରୀ ଶ୍ରୀବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତି ସଂଘର ସାଧାରଣ ସଂପାଦକ କୁମାରୀ ପ୍ରଣତି ନାଗସାଇ କାଯ୍ୟକ୍ରମ ପରିଚାଳନା କରିଥିଲେ । ଏହିକାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କ ସୁପ୍ତ ପ୍ରତିଭା କୁ ପରିଷପୁଟ୍ଠା କରିବାରେ ସହାୟକ ହୋଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା କଲେଜରେ ଜିଲ୍ଲା ସ୍ତରୀୟ ଅଧ୍ୟକ୍ଷ ସମ୍ମିଳନୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା ୨୭/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ  କଲେଜ ଅଧ୍ୟକ୍ଷମାନଙ୍କ ଏକ ସମ୍ମିଳନୀ …

Leave a Reply

Your email address will not be published. Required fields are marked *