Friday , September 20 2019
Breaking News
Home / ବିଶେଷ / ଶ୍ରୀଶ୍ରୀ ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଲୀଳାଗାୟନପଠନ ସମାବର୍ତନ ଉତ୍ସବ

ଶ୍ରୀଶ୍ରୀ ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଲୀଳାଗାୟନପଠନ ସମାବର୍ତନ ଉତ୍ସବ

କେନ୍ଦ୍ରାପଡା ୧୪/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଂଚାୟତର ସୁଜାନଗର ସ୍ଥିତ ମହାଲକ୍ଷ୍ମୀ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଲୀଳା ଗାୟନ ପଠନ ସମାବର୍ତନ ତଥା ପୁରସ୍କାର ବୀତରଣୀ ଉତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପଠନ,କୀର୍ତନ, ହୋମଯଜ୍ଞ ସମାପନାନ୍ତେ ସଭାକାର୍ଯ୍ୟ ଗ୍ରାମର ମୁରବୀ ତଥା ରାଜ୍ୟପାଳଙ୍କ ଠାରୁ ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ସଂଗ୍ରାମୀ ନକୁଳ ଚରଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ ଯୋଗଦେଇ ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ କଥାବସ୍ତୁର ପ୍ରଚାର,ପ୍ରସାର,ମାହାତ୍ମ୍ୟ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବକ୍ତବ୍ୟ ରଖିଥିଲେ । ଗ୍ରାମର ଅବସରପ୍ରାପ୍ତ କର୍ମଚାରୀ ହଳଧର ପ୍ରଧାନ ପ୍ରାରମ୍ଭିକ ଭାଷଣରେ ଆମର ଐତିହ୍ୟ ରକ୍ଷାକରିବା ଓ ସମସ୍ତଙ୍କୁ ସ୍ନେହଶ୍ରଦ୍ଧା ବାନ୍ଧି ରଖିବା ପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ର ରାମାୟଣରେ ଉପଦେଶ ଦେଇଥିବା ବିଷୟରେ କହିଥିଲେ । ଅବସରପ୍ରାପ୍ତ ସ୍କୁଲ ସବଇନିସପେକ୍ଟର ନରେନ୍ଦ୍ର କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଶ୍ରୀ ଦାସଙ୍କ ଦ୍ୱାରା ୨୦ଜଣ କଳାକାରଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବବର୍ଷ ଭଳି ଗ୍ରାମର ମହେନ୍ଦ୍ର ସାହୁ ଉତରୀୟ ଗୁଡିକ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କାୟୋମନୋବାକ୍ୟରେ ସବୁବର୍ଷ ଭଳି ବୈଷ୍ଣବ ଚରଣ ସାହୁ(ପେମା) ୨୦ଦିନଧରି ନିଜେ ଓ ସମସ୍ତ ପରିବାରଙ୍କୁ ସହାୟତା ପ୍ରଦାନ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ ଏବଂ ପରଷ୍ପର ମଧ୍ୟରେ ସ୍ନେହ ମମତା ବାଂଟିବାକୁ ତାଙ୍କର ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ଜିଲାପାଳ

କେନ୍ଦ୍ରାପଡା, ୨୦/୦୯/୨୦୧୯(ଓଡ଼ିଶା ସମାଚାର)-ଆଇସିଏସଇ ବୋର୍ଡ ପରୀକ୍ଷାରେ ଜିଲା ଟପ୍ପର ଏବଂ ରାଜ୍ୟରେ ଦ୍ୱିତୀୟ ହୋଇଥିବା ଛାତ୍ର ମହାକାଳପଡା ଥାନା ଅନ୍ତର୍ଗତ …

Leave a Reply

Your email address will not be published. Required fields are marked *