Monday , February 24 2020
Home / ଶିକ୍ଷା / ଶ୍ରୀମା ଅରବିନ୍ଦ ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ

ଶ୍ରୀମା ଅରବିନ୍ଦ ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ

ଭୁବନ ୨୯/୦୧/୨୦୨୦ (ଓଡ଼ିଶା ସମାଚାର)-ଭୁବନ  ବ୍ଲକ ଅନ୍ତର୍ଗତ ଧଳପଡା ପଂଚାୟତ ଅନଳ ଗ୍ରାମ ଶ୍ରୀମା ଅରବିନ୍ଦ ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଅକ୍ଷୟ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ସାମ୍ବାଦିକ ରବି ନାରାୟଣ କର ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ହୋଇ ନିଜର ଲକ୍ଷ୍ୟ ସ୍ଥିର କରି ଅଧ୍ୟୟନରେ ମନୋନିବେଶ କଲେ ସଫଳତା ପାଇବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଉମାକାନ୍ତ ସିଂହ,ସମ୍ମାନୀତ ଅତିଥି ଭାବେ ସଂପଂଚ ଲିଲି ସାହୁ,ସତ୍ୟ ରଂଜନ ମହାନ୍ତି ଯୋଗଦେଇଥିଲେ । ବରିଷ୍ଠ ଶିକ୍ଷକ ଦୁଃଶାସନ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ବିଜୟ କୁମାର ଆଚାର୍ଯ୍ୟ,ନାରାୟଣ ପଣ୍ଡା,ଡମ୍ବରୁଧର ସାହୁ,ଲକ୍ଷ୍ମୀଧର ସାହୁ,ରମେଶ ଚବ୍ଦ୍ ନାୟକ,ଭାଗ୍ୟ ରଂଜନ ତ୍ରିପାଠୀ,କର୍ମଚାରୀ ମଧୁସୁଦନ ନାୟକ,ରମା ସେନାପତି ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ଏହି ଅବସରରେ ବାର୍ଷୀକ କ୍ରୀଡାର ବଏଜ ଚମ୍ପିୟନ ଦୀପଙ୍କର ସାହୁ,ଗାର୍ଲସ ଚମ୍ପିୟନ ରିଙ୍କି ମହାନ୍ତ ଙ୍କ ସମେତ କୃତୀ ଛାତ୍ରଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ

କଟକ,୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ନୂଆବଜାରସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ …

Leave a Reply

Your email address will not be published. Required fields are marked *