Saturday , December 7 2019
Home / ବିଶେଷ / ଶୋକ ଖବର : ସଂକିର୍ତନ କଳାକାରଙ୍କ ବିୟୋଗ

ଶୋକ ଖବର : ସଂକିର୍ତନ କଳାକାରଙ୍କ ବିୟୋଗ

ଗରଦପୁର,୦୪/୧୨/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଥାନା ନିକଟସ୍ଥ ଚକ ବାହାକୁଦ ଗ୍ରାମର ସଂକିର୍ତନ କଳାକାର କଣ୍ଠ ସେନ୍(୫୫)ଙ୍କର ଆଜି ପରଲୋକ ଘଟିଛି । ସ୍ୱର୍ଗତ କଣ୍ଠ ଗତ କିଛି ଦିନ ଧରି କର୍କଟ ରୋଗରେ ପିଡିତ ଥିଲେ । ତାଙ୍କର ବିଧବା ପତ୍ନୀ,ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ସ୍ୱର୍ଗତ କଣ୍ଠ ଙ୍କୁ ଆଜି ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି । ବଡ ପୁଅ ମୁନା ମୁଖାଗ୍ନି ଦେଇଛନ୍ତି । ଏହି ଦୁଃସ୍ଥ କଳାକାରଙ୍କ ପରିବାରକୁ ପ୍ରଶାସନଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *