Saturday , January 25 2020
Breaking News
Home / ବିଶେଷ / ଶୋକ ଖବର : ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି ଙ୍କ ପରଲୋକ –ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ଶୋକ

ଶୋକ ଖବର : ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି ଙ୍କ ପରଲୋକ –ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ଶୋକ

ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ପ୍ରତିଷ୍ଠାତା,ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି ଗତକାଲି ମଧ୍ୟ ରାତ୍ରରେ ୯୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ଗତ କିଛି ମାସ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିଲେ । ୨୭ ନଭେମ୍ବର ୧୯୨୯ ମସିହାରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ମହାନ୍ତି ଛାତ୍ର ଜୀବନରେ ୧୯୪୯ ରୁ ୬୦ ପର୍ଯ୍ୟନ୍ତ କିଶାନ ସତ୍ୟାଗ୍ରହ ଆନ୍ଦୋନରେ ଯୋଗଦେଇ ଭୂମି ସଂସ୍କାର ଆନ୍ଦୋଳନରେ ଭାଗ ନେଇଥିଲେ । ୧୯୭୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ । କେନ୍ଦ୍ରାପଡ଼ା ପଂଚାୟତ ସମିତିର ଅଧ୍ୟକ୍ଷ, ଗରଦପୁର ପଂଚାୟତ ସମିତିର ସଦସ୍ୟ,କେନ୍ଦ୍ରାପଡ଼ା ବାର ଆସୋସିଏସନ ର ସଭାପତି,ବଳଦେବଜୀଉ ମନ୍ଦିର ଟ୍ରଷ୍ଟ ର ସଦସ୍ୟ ,ଚାନ୍ଦୋଳ ମହାବିଦ୍ୟାଳୟ ପରିଚାଳନା କମିଟି ର ସମ୍ପାଦକ,୍ଣଳନ୍ଦ୍ରାପଡ଼ା ମହାବିଦ୍ୟାଳୟର ପ୍ରତିଷ୍ଠାତା,କେନ୍ଦ୍ରାପଡ଼ା ଲାୟନ୍ସ କ୍ଲବ ପ୍ରେସିଡ଼େଂଟ,କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ପ୍ରତିଷ୍ଠାତା ,ଦୀନବନ୍ଧୁ ସାହୁ ଲ କଲେଜର ସଭାପତି,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ,ବଳଦେବଜୀଉ ପାୱାରଲୁମ ସଭାପତି,ଓଡ଼ିଶା ଷ୍ଟେଟ ହାଣ୍ଡଲୁମ ୱିଭର୍ସ ସୋସାଇଟି ର ନିର୍ଦ୍ଦେଶକ ଏହିପରି ବହୁ ଅନୁଷ୍ଠାନ ସହିତ ସେ ସାମିଲ ଥିଲେ । ତାଙ୍କ ପରଲୋକ ଖବରରେ ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ଶୋକର ଛାୟା ଖେଳିଯାଇଛି । ଭୁବନେଶ୍ୱରରୁ ତାଙ୍କର ମର ଶରୀର ଆଜି କେନ୍ଦ୍ରାପଡ଼ାରେ ପହଂଚିବା ପରେ କେନ୍ଦ୍ରାପଡ଼ାରେ ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କର ନିକଟତମ ଲୋକଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *