Thursday , September 19 2019
Breaking News
Home / ଶିକ୍ଷା / ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା – ଅଧ୍ୟକ୍ଷଙ୍କ ବଦଳି ଓ ସାଏନଡାଏ ପ୍ରତ୍ୟାହାର ଦାବି

ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା – ଅଧ୍ୟକ୍ଷଙ୍କ ବଦଳି ଓ ସାଏନଡାଏ ପ୍ରତ୍ୟାହାର ଦାବି

ରାଜକନିକା,୧୮/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକସ୍ଥିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଗତ ୧୦ ତାରିଖଠାରୁ ସାଏନଏ ଡ଼ାଏ ଘୋଷଣା ହୋଇଛି । ଏହି ଘଟଣାକୁ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ହୋଇପାରି ନାହିଁ । ଏ ନେଇ ଶନିବାର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିରହିଥିଲେ । ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର, ଧମକ ଦେବା ସହିତ ଜୋରଜବରଦସ୍ତ କୋର୍ଟ ପିନ୍ଧିବାକୁ ବାଧ୍ୟ କରିବା ଘଟଣାକୁ ସେମାନେ ତୀବ୍ର ପ୍ରତିବାଦ କରିଥିଲେ । ଅଧ୍ୟକ୍ଷଙ୍କ ଏଭଳି ବ୍ୟବହାର କାରଣରୁ ତୁରନ୍ତ ଅନ୍ୟତ୍ର ବଦଳି କରାଯିବାକୁ ଛାତ୍ରଛାତ୍ରୀ ଦାବି କରିଥିଲେ । ମହାବିଦ୍ୟାଳୟରେ ଭଲ ଶିକ୍ଷାଦାନ ବଦଳରେ ବାହ୍ୟ ଚାକଚକ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ।
ଶନିବାର ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କ ପକ୍ଷରୁ ଏକ ଅବିଭାବକମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିରହିଥିଲେ । ଆସନ୍ତା ସୋମବାର ଠାରୁ ମହାବିଦ୍ୟାଳୟ ଖୋଲାଯିବାକୁ କୁହାଯାଇଛି । ହେଲେ ଏ ସଂପର୍କରେ ଧାରଣାରେ ବସିରହିଥିବା ଛାତ୍ରଛାତ୍ରୀଙ୍କ ସହିତ କୌଣସି ଆଲୋଚନା ହୋଇନଥିବା ସେମାନେ ପ୍ରକାଶ କରିଛନ୍ତି । ଯୁକ୍ତତିନି ଶେଷ ହେବାକୁ ଆଉ ଅଳ୍ପଦିନ ବାକି ରହିଥିବା ବେଳେ ଡ୍ରେସ କୋଡ଼ ଅନୁସାରେ ଆସୁଛନ୍ତି । ହେଲେ ନୂତନ କରି କୋର୍ଟ ପିନ୍ଧିବା ନିଷ୍ପତିି ଅଯଥା ଖର୍ଚ୍ଚ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଏହାକୁ ପ୍ରତ୍ୟାହାର କରାନଗଲେ ଧାରଣା
ଅବ୍ୟାହତ ରହିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ପ୍ରକାଶଥାଉକି, ଗତ ଶନିବାର
ମହାବିଦ୍ୟାଳୟରେ ଛାତ୍ରଆନ୍ଦୋଳନ ଦେଖାଦେଇଥିଲା । ତିନି ଛାତ୍ରୀ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ଯୁକ୍ତ ଦୁଇ ଛାତ୍ରୀ ପ୍ରଜ୍ଞାସିନୀ ମିଶ୍ରଙ୍କ ଗୋଡ଼ ଭାଙ୍ଗିଯାଇଥିବାରୁ ତାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିତ୍ସାଳୟକୁ ପଠାଇ ଦିଆଯାଇଥିଲା । ଏହା ସହିତ କଲେଜକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାଏନ ଏ ଡ଼ାଏ ଘୋଷଣା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *