Thursday , September 19 2019
Breaking News
Home / ଶିକ୍ଷା / ଶୈଳେନ୍ଦ୍ର ନାରାୟଣ କଲେଜରେ ଛାତ୍ର ଅଶାନ୍ତି – ସାଇନ ଡାଏ ଘୋଷଣା

ଶୈଳେନ୍ଦ୍ର ନାରାୟଣ କଲେଜରେ ଛାତ୍ର ଅଶାନ୍ତି – ସାଇନ ଡାଏ ଘୋଷଣା

ରାଜକନିକା, ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ରାଜକନିକା ସ୍ଥିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଶନିବାର ଛାତ୍ରଅଶାନ୍ତି ଦେଖାଦେଇକ୍ତି । ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତିନିଛାତ୍ରୀ ଗୁରୁତର ହୋଇପଡିଥିଲେ । ଜଣେ ଛାତ୍ରୀଙ୍କ ଗୋଡ଼ ଭାଙ୍ଗିଯାଇ ଥିବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତିି କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଛାତ୍ରୀ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିର୍ି ହୋଇଛନ୍ତି । ଏହାସହିତ କଲେଜକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାଏନ୍ ଡ଼ାଏ ଘୋଷଣା କରାଯାଇଛି । ତେବେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ଥିବା ବେଳେ ଏଭଳି ଆକସ୍ମିକ ସାଏନ୍ ଡ଼ାଏକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ତୀବ୍ର ନିନ୍ଦା କରିଛନ୍ତି  ।

ମହାବିଦ୍ୟାଳୟର ଡ୍ରେସକୋଡ ର କୋର୍ଟ ପିନ୍ଧା କାରଣକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ଏବଂ ସେମାନେ ଆନ୍ଦୋଳନରେ ବସିରହିଥିଲେ । କିନ୍ତୁ ସେଥିପ୍ରତି କଲେଜ ଅଧ୍ୟକ୍ଷ କୌଣସି ପଦକ୍ଷେପ ନେଇ ନ ଥିଲେ । ବରଂ ଶ୍ରେଣୀଗୃହରେ ବସିଥିବା ଛାତ୍ରଛାତ୍ରୀଙ୍କୁ ବିନା କୋର୍ଟରେ ଆସିଥିବାରୁ ସେମାନଙ୍କୁ ବାହାରିଯିବାକୁ ଅଧ୍ୟକ୍ଷ କହିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି  । ଯୁକ୍ତତିନି ପ୍ରଥମବର୍ଷରେ ଛାତ୍ରଛାତ୍ରୀଙ୍କ ପାଇଁ କୋର୍ଟ କିମ୍ବା ଲୋଗୋର ବ୍ୟବସ୍ଥା ହୋଇପାରି ନ ଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟବର୍ଷର ଛାତ୍ରଛାତ୍ରୀଙ୍କୁ ତୁରନ୍ତ କୋର୍ଟ ଓ ଲୋଗୋ ପରିଧାନ କରିବାକୁ କୁହାଯାଇଥିଲା । ଏନେଇ ଛାତ୍ରଛାତ୍ରୀ ଅଧ୍ୟକ୍ଷକୁ ଦୃଷ୍ଟିଗୋଚର କରି ଆଉ ଅଳ୍ପଦିନ ପରେ ସେମାନଙ୍କ ପରୀକ୍ଷା ଶେଷ ହେବ ଏବଂ କଲେଜରୁ ସେମାନେ ବିଦାୟ ନେବେ । ତେଣୁ ଏଥିପ୍ରତି ସେମାନଙ୍କୁ କୋହଳ କରାଯାଉ ବୋଲି ଅନୁରୋଧ କରିଥିଲେ । କିନ୍ତୁ କଲେଜ ଅଧ୍ୟକ୍ଷ କିଛି ନ ଶୁଣି ନିଜ ଜିଦ ରେ ଅଟଳ ରହିଥିବା ଛାତ୍ରଛାତ୍ରୀ କହିଛନ୍ତି  । କୋର୍ଟ ଏବଂ ଲୋଗୋ ପିନ୍ଧିବା କାରଣକୁ ନେଇ ୪୫ ବର୍ଷ ର ମହାବିଦ୍ୟାଳୟରେ ପ୍ରଥମଥର ପାଇଁ ସାଏନ ଡ଼ାଏ ଘୋଷଣା ହୋଇଥିବାରୁ ତୀବ୍ର ଛାତ୍ର ଅଶାନ୍ତି ଦେଖାଦେଇଛି । ଅଧ୍ୟକ୍ଷଙ୍କ ଜିଦ କାରଣକୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି କେତେକ ଅଧ୍ୟାପକ କହିଛନ୍ତି  । ଛାତ୍ରଅଶାନ୍ତି ଲାଗି ରହିଥିବା ବେଳେ କଲେଜ ଅଧ୍ୟକ୍ଷ ବାଣିଜ୍ୟ ବିଭାଗର ସ୍ୱାଗତ ଉତ୍ସବରେ ବସିରହିଥିଲେ । ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀ ଆନ୍ଦୋଳନରେ ବସି ରହିବାରୁ ୩ଛାତ୍ରୀ ଗୁରୁତର ହୋଇ ପଡିଥିଲେ । ଶେଷରେ ଜିଲାପାଳ କଲେଜକୁ ଅତିରିକ୍ତ ତହସିଲଦାରଙ୍କୁ ପଠାଇ ସାଏନ ଡ଼ାଏ ଘୋଷଣା କରାଇଥିଲେ । ତେବେ ଆଗକୁ ପରୀକ୍ଷା ରହିଥିବାରୁ ସେମାନଙ୍କ ଜୀବନ ସହିତ ଖେଳାଯାଇଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *