Friday , October 18 2019
Breaking News
Home / ବିଶେଷ / ଶୁଭସ୍ମିତାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ଶୁଭସ୍ମିତାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ରାଜନଗର, ୨୦/୦୯/୨୦୧୯(ଓଡ଼ିଶା ସମାଚାର)- ରାଜନଗର ବ୍ଲକ ହାତିନା ପଂଚାୟତ ପେଣ୍ଠ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ତ୍ରିପାଠୀଙ୍କୁ ବିଧାୟକ ଧୃବ ସାହୁ ବିଦ୍ୟାଳୟରେ ପହଂଚି ସମ୍ବର୍ଦ୍ଧିତ କରିଛନ୍ତି । ଏହି ସମ୍ବର୍ଦ୍ଧନା ପର୍ବରେ ବରିଷ୍ଠ ସାମ୍ବାଦିକ ଭାଷ୍କର ରାଉତରାୟ, ସରଂପଚ ଶ୍ରୀକାନ୍ତ କୁମାର ପ୍ରଧାନ, ସ୍ଥାନୀୟ ପ୍ରଧାନ ଶିକ୍ଷକ ତଥା ଶୁଭସ୍ମିତାଙ୍କ ପିତା ବିରଂଚିନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ଶିଶୁ ଶିକ୍ଷା ଓ ଶିଶୁ ଅଧିକାର ପାଇଁ କାମ କରି ଜାତୀୟସ୍ତରରେ ପ୍ରଶଂସିତ ହେବା ସହ ଆନ୍ତର୍ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରାଣଦେଇପୁର କ୍ଷୁଦ୍ର ଜଳ ପ୍ରକଳ୍ପ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଉ

ପୋଲସରା, ୧୮/୧୦/୨୦୧୯(ଓଡ଼ିଶା ସମାଚାର)- ଗଂଜାମ ଜିଲ୍ଲା ପୋଲସରା ବ୍ଳକ ହାତୀଓଟ ପଂଚାୟତର ପ୍ରାଣଦେଇପୁର ଠାରେ ବହୁବର୍ଷ ଧରି ଏହି ଅଂଚଳର …

Leave a Reply

Your email address will not be published. Required fields are marked *