Saturday , January 25 2020
Breaking News
Home / ବିଶେଷ / ଶିଶୁ ଦୁଷ୍କର୍ମକାରୀଙ୍କୁ କୌଣସି ରାଜକ୍ଷମା ମିଳିବ ନାହିଁ: ରାଷ୍ଟ୍ରପତି

ଶିଶୁ ଦୁଷ୍କର୍ମକାରୀଙ୍କୁ କୌଣସି ରାଜକ୍ଷମା ମିଳିବ ନାହିଁ: ରାଷ୍ଟ୍ରପତି

ନୂଆଦିଲ୍ଲୀ/ ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ବର୍ତମାନଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟାଘଟଣାକୁ ନେଇ ସବୁଠି ବିକ୍ଷୋଭ ଜାରି ରହିଛି । ଏହା ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଶିଶୁ ଦୁଷ୍କର୍ମକାରୀଙ୍କୁ କୌଣସି ରାଜକ୍ଷମା ମିଳିବାଠିକ୍ ନୁହେଁ । ଏଥିସହ ସେମାନେ ରାଜକ୍ଷମା ଆବେଦନ କରିବାକୁ ଯୋଗ୍ୟନୁହନ୍ତି ବୋଲି ସେ କହିଛନ୍ତି ।ରାଜସ୍ଥାନରେ ଅ।ୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି,ପୋକ୍ସୋ ଆଇନ ଅନୁଯାୟୀ ଦୋଷୀସାବ୍ୟସ୍ତ ହେଉଥିବା ବ୍ୟକ୍ତିମାନଙ୍କୁ କୌଣସି ରାଜକ୍ଷମା ଆବେଦନ କରିବାର ସୁଯୋଗ ଦିଆଯିବା କଥା ନୁହେଁ ।ସଂସଦ ଏହି ଆଇନର ପୁଣିସମୀକ୍ଷା କରିବା ଦରକାର । ଏବେ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଉଥିବା ଦୁର୍ବୃତମାନେ ରାଜକ୍ଷମା ପାଇଁ ଆବେଦନ କରୁଛନ୍ତି । ହେଲେ ଶିଶୁମାନଙ୍କୁ ଦୟା ଦେଖାଇ ନଥିବା ଏଭଳି ବ୍ୟକ୍ତିମାନଙ୍କୁ କେବେ ହେଲେ ରାଜକ୍ଷମା ଆବେଦନ କରିବାକୁ ସୁଯୋଗ ଦିଆଯିବା କଥା ନୁହେଁ ।ମହିଳା ସୁରକ୍ଷା ଏବେ ଆମ ଦେଶରେ ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ତେଣୁ ଏହାକୁ ସମସ୍ତେ ଭଲ ଭାବେ ଚିନ୍ତା କରିବା ଉଚିତ । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *