Thursday , September 19 2019
Breaking News
Home / ବିଶେଷ / ଶିଶୁ ଓ କିଶୋର ଶ୍ରମ(ନିଷେଧ ଓ ନିୟନ୍ତ୍ରଣ)ଆଇନ୍ ୧୯୮୬ ସଂପର୍କୀୟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା

ଶିଶୁ ଓ କିଶୋର ଶ୍ରମ(ନିଷେଧ ଓ ନିୟନ୍ତ୍ରଣ)ଆଇନ୍ ୧୯୮୬ ସଂପର୍କୀୟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା

ଜଗତସିଂହପୁର,୧୧/୦୯/୨୦୧୯(ଓଡ଼ିଶା ସମାଚାର)- ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ମିଳିତ ସହ ଯୋଗରେ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ ୧୯୮୬ ସଂପର୍କୀୟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଅଛି । ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ,ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ କହିଲେ ଓଡିଶା ସରକାର ଓ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଶିଶୁର ଶୈଶବ କିପରି ସୁରକ୍ଷିତ ରହିବ ସେ ଦିଗରେ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଅନେକ ସମୟରେ ଦେଖାଯାଇଛି ଶିଶୁଟି ଶ୍ରମିକ ଭାବେ କାର୍ଯ୍ୟ କରୁଅଛି ଯାହାକି ନିଷ୍ପାପ ଶିଶୁଟି ତାର ଅଧିକାରରୁ ବଂଚିତ ହେଉଅଛି । ଶିଶୁ ଶ୍ରମର ପ୍ରତ୍ୟକ୍ଷ ପରିଣତି ହେଉଛି ଜଣେ ଶିଶୁ ସ୍କୁଲ ଶିକ୍ଷାରୁ ବଂଚିତ ହେବା , ଯଦିଓ ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ଆଇନ୍ ୧୯୮୬ (୨୦୧୬ ରେ ସଂଶୋଧିତ)ପ୍ରଚଳିତ ଅଛି । ଏହାର ସଠିକ୍ କାର୍ଯ୍ୟକାରିତା ଉପରେ ଜନସାଧାରଣ ବା କର୍ମକର୍ତା ଅବଗତ ବା ସଚେତନ ନୁହଁନ୍ତି । ଏହି କର୍ମଶାଳାରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଜଗତସିଂହପୁର ଜିଲ୍ଲାରେ ଶିଶୁଶ୍ରମିକ ପ୍ରଥା ଉଛେଦ କରିବା ପାଇଁ ଶ୍ରମ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ । ଜଗତସିଂହପୁର ଓ ପାରାଦ୍ୱୀପରେ ଥିବା ଶିଶୁ ଆଶ୍ରମରେ ସିସିଟିଭି ସଂଯୋଗ କରାଯାଇଛି । ଜିଲ୍ଲାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଆଶ୍ରମ ସ୍କୁଲ ତଦାରଖ କରି ଏହାକୁ ଉନ୍ନତ ମାନରେ ପରିଣତ କରାଯିବ । ରାଜ୍ୟରେ ଜଗତସିଂହପୁର ପ୍ରଥମ ଜିଲ୍ଲା ଭାବେ ଇ-ଅଫିସ କାର୍ଯ୍ୟକାରୀ ହେବାକୁ ଯାଉଛି । ସେଥିପାଇଁ ରାଜ୍ୟ ସରକାର ଅନୁଦାନ ପ୍ରଦାନ କରିଛନ୍ତି । ଜିଲ୍ଲ୍ା ଆଇନ ସେବା ପ୍ରାଧିକରଣର ସେକ୍ରେଟାରୀ ଶ୍ରୀ କମଳାକାନ୍ତ ରାଉତ ଯୋଗଦେଇ କହିଲେ ଦେଶର ସବୁଠାରୁ ବଡ ଆଇନ ହେଉଛି ଦେଶର ସମ୍ବିଧାନ ବ୍ୟବସ୍ଥା । ସମାଜରେ ସୁସ୍ଥ ଓ ଶିକ୍ଷିତ ଶିଶୁର ଆବଶ୍ୟକତା ରହିଛି । ୬ରୁ ୧୪ବର୍ଷର ପ୍ରତ୍ୟେକ ଶିଶୁ ସ୍କୁଲକୁ ଯିବା ନିଶ୍ଚିତ । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସୁଶ୍ରୀ ମନ୍ଦାକିନୀ କର ଯୋଗଦେଇ କହିଲେ ଶିଶୁ ଶ୍ରମିକ ପ୍ରଥା ରୋକିବାକୁ ସରକାର ଆଇନ୍ ପ୍ରଣୟନ କରିଛନ୍ତି । ଶିକ୍ଷା ଅଧିକାର ଆଇନ ବଳରେ ୬ରୁ ୧୪ବର୍ଷ ପ୍ରତ୍ୟେକ ଶିଶୁ ବିଦ୍ୟାଳୟରେ ପାଠ ପଢିବେ । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟ ଶ୍ରୀ ହରିହର ନାୟକ ଯୋଗଦେଇ କହିଲେ ଓଡିଶାର ମୁଖ୍ୟମନ୍ତ୍ରୀ ୨୦୨୫ ମସିହା ସୁଦ୍ଧା ଓଡିଶାକୁ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟରେ ପରିଣତ କରିବାକୁ ଘୋଷଣା କରିଛନ୍ତି । ସେଥିପାଇଁ ଆକସନ୍ ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ଆଇନ ଶିଶୁ ମାନଙ୍କ ପାଇଁ ସର୍ବୋକୃଷ୍ଟ ଶିଶୁ ଶ୍ରମିକ ପ୍ରଥା ନିବାରଣ ନିମନ୍ତେ ବାଧ୍ୟତା ମୂଳକ ପ୍ରଚଳନ,ଉଦ୍ଧାର ଓ ଥଇଥାନ ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ସରକାର ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ଏକ ପେନସନ୍ ପୋର୍ଟାଲ୍ ଖୋଲିଛନ୍ତି । ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ଏହି ପୋର୍ଟାଲ ଏକ ଫଳପ୍ରଦ ପ୍ଲାଟଫର୍ମ । ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରା ସଚିଦାନନ୍ଦ ସାହୁ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଶ୍ୱନାଥ ମିଶ୍ର, ଜେଜେବିର ସଦସ୍ୟ ଶ୍ରୀ ରଣଜିତ୍ ମହାନ୍ତି ଯୋଗଦେଇ ଶିଶୁ ଶ୍ରମିକ ପ୍ରଥା ଉଛେଦ ଓ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତ ଅଂଶିଦାର ମାନଙ୍କ ସହଯୋଗ କାମନା କରିଥିଲେ । ଜାତୀୟ ଆଇନ୍ ବିଶ୍ୱ ବିଦ୍ୟାଳୟ,ଓଡିଶାର ପ୍ରଫେସର ପ୍ରମୋଦ କିଶୋର ଆଚାର୍ଯ୍ୟ ରିସୋର୍ସପର୍ସନ ଭାବେ ଯୋଗଦେଇ ଶିଶୁ ଶ୍ରମିକ ପ୍ରଥା ଉଛେଦ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କାହ୍ନୁ ଚରଣ ରାଉତ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ କୁମୁଦ ରଂଜନ ଦାସ ଉପସ୍ଥିତ ରହି କର୍ମଶାଳାକୁ ପରିଚାଳନା କରିଥିଲେ । ଏହି କର୍ମଶାଳାରେ ବିଭିନ୍ନ ଥାନାରୁ ଆସିଥିବା ପୋଲିସ ଅଧିକାରୀ, ଏନ୍.ଜି.ଓ, ଶ୍ରମିକସଂଗଠନ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧ , ଶିଶୁ,ସୁରକ୍ଷା ୟୁନିଟର ଅଧିକାରୀଗଣ, ଶ୍ରମ ବିଭାଗ ଅଧିକାରୀ ଓ ନିରୀକ୍ଷକ ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା

କଟକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା । ଆଜି ବଢ଼ି ଭୋର …

Leave a Reply

Your email address will not be published. Required fields are marked *