Monday , February 24 2020
Home / ପର୍ଯ୍ୟଟନ ଓ ସଂସ୍କୃତି / ଶିଶୁପାଳଗଡ଼ ମହୋତ୍ସବ : ବାଳିକାଙ୍କ ପାଇକ ସମରକଳାରୁ ଆରମ୍ଭ ତୃତୀୟ ସନ୍ଧ୍ୟା

ଶିଶୁପାଳଗଡ଼ ମହୋତ୍ସବ : ବାଳିକାଙ୍କ ପାଇକ ସମରକଳାରୁ ଆରମ୍ଭ ତୃତୀୟ ସନ୍ଧ୍ୟା

ଭୁବନେଶ୍ୱର ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)-“କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଂଚ’ (କାପୋକ୍‌) ତରଫରୁ ଆୟୋଜିତ ଶିଶୁପାଳଗଡ଼ ମହୋତ୍ସବ-୨୦୨୦ର ତୃତୀୟ ସଧ୍ୟା ବାଳିକାମାନଙ୍କ ପାଇକ ସମରକଳାରୁ ଆରମ୍ଭ ହୋଇଥିଲା । ଓଡ଼ିଶାର ବାଳିକାମାନେ ଖଣ୍ଡା ଲାଠି ମାଧ୍ୟମରେ ସାହସିକତାର ସହିତ ପାଇକ ଆଖଡ଼ା ପରିଦର୍ଶନ କରିଥିଲେ । ପରେ ପରେ ଶ୍ରୀ ଡ୍ୟାନ୍ସ ଇନ୍‌ଷ୍ଟିଚ୍ୟୁଟ୍ ର ଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀନୃତ୍ୟ “ରାମ ପାଦ ପୂଜା’ ଏବଂ ସୋନି ଡ୍ୟାନ୍ସ ଗ୍ରୁପ୍ ର କଳାକାରମାନଙ୍କ ଦ୍ୱାରା ‘ଗଣେଶ ବନ୍ଦନା’ ନୃତ୍ୟ ପରିବେଷଣ ହୋଇଥିଲା । କାପୋକ୍ ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ଏବଂ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଓଡ଼ିଶାର ଇଚ୍ଛିହାସ ତଥା ଶିଶୁପାଳଗଡ଼ ଇତିହାସ, ଖାରବେଳଙ୍କ ବୀରତ୍ୱ ପରାକାଷ୍ଠା, ଉତ୍କଳୀୟ ସଂସ୍କୃତି ପରମ୍ପରାର ଅସ୍ମିତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ସ୍ମରଣିକା ପ୍ରବନ୍ଧ ‘ଶିଶୁପାଳଗଡ ଦି ଲଷ୍ଟ୍ ସିଟି’ ପରିବର୍ତନ କରି ଏହାକୁ ‘ପ୍ରାଚୀନ ଗୌରବ’ କରାଇବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ମହୋତ୍ସବ ମାଧ୍ୟମରେ ଆମ ଭିତରେ ସଦଭାବନା ଓ ଭ୍ରାତୃତ୍ୱ ଅତ୍ୟନ୍ତ ବଳିଷ୍ଠ ହେବା ପାଇଁ ମହୋତ୍ସବ ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । କାପୋକ୍ ର ସଂପାଦକ ଚିତରଞ୍ଜନ ମହାନ୍ତି, ସହସଂପାଦକ ରବୀନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କାପୋକ୍ ଅନୁଷ୍ଠାନ ତରଫରୁ ସମସ୍ତ କଳାକାର ଏବଂ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭ୍ୟ ଭକ୍ତଭୂଷଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଟିମ୍ କାପୋକ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶକ ହରିହର ଦାଶ ଓ ସାଥୀଙ୍କ ଦ୍ୱାରା ସୂରଜ୍ ହୁଆ ମଧମ୍‌, ଘୁଙ୍ଗୁର, ଏ ବଲମ’ ନୃତ୍ୟ ଦର୍ଶକଙ୍କୁ ଆମୋଦିତ କରିଥିଲା । ଭିକି ଡ୍ୟାନ୍ସ ଗ୍ରୁପ୍‌ର କୁନି କୁନି କଳାକାରମାନେ ନୃତ୍ୟ ମାଧ୍ୟମରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ଶିଶୁ ଶ୍ରମିକ ନୃତ୍ୟ ମାଧ୍ୟମରେ ସଚେତନତାର ବାର୍ତା ବାଂଟିଥିଲେ । ସୋନି ଡ୍ୟାନ୍ସ ଗ୍ରୁପ୍ ର କଳାକାରମାନଙ୍କ ଚମତ୍କାର ଫାୟାର ଡ୍ୟାନ୍ସ ଏକ ସ୍ୱତନ୍ତ୍ର ଆକର୍ଷଣ ଥିଲା । ବଲିଉଡ୍ କଂଠଶିଳ୍ପୀ ଋତୁରାଜ ମହାନ୍ତି ଛୈୟାଁ ଛୈୟାଁ…, ରମତା ଯୋଗୀ…, ଗଲିୟାଁ …, ଅଧୁରି ଜିନ୍ଦେଗୀ….. ଇତ୍ୟାଦି ସଂଗୀତ ପରିବେଷଣ କରିଥିବାବେଳେ ସୋନି ଡ୍ୟାନ୍ସ ଗ୍ରୁପ୍ ର କଳାକାରମାନଙ୍କ ଓଡ଼ିଆ ରିମିକ୍ସ, ବଲିଉଡ୍ ଫ୍ୟୁଜନ୍‌, ଫାୟାର ଡ୍ୟାନ୍ସ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା । ମହୋତ୍ସବର ଉଦ୍‌ଯାପନୀ ଦିବସ ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଧାରାବାହିକ କଳାକାରମାନଙ୍କ ପାଇଁ ସମର୍ପିତ ହେବ । ବିଜୟ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ବାବୁସାନ୍‌, ପପୁ ପମ୍ ପମ୍‌, ସୋମେଶ୍‌, ଲିପ୍ସା ମିଶ୍ର, ଅନୁ ଚୌଧୁରୀ, ଏଲିନା ସାମନ୍ତରାୟ, ସୁଭାଶିଷ ଶର୍ମା ପ୍ରମୁଖ ଯୋଗଦେବା ସହିତ ୩୫ରୁ ଅଧିକ କଳାକାରମାନଙ୍କୁ ଶିଶୁପାଳଗଡ଼ ମହୋତ୍ସବରେ ଓଲିଉଡ୍ ସମ୍ମାନ- ୨୦୨୦ରେ ସମ୍ବର୍ଦ୍ଧିତ କରାଯିବ । ଓଡ଼ିଶା ସମାଚାର

About admin

Check Also

୭ରୁ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର ,୦୨/୦୨/୨୦୨୦ (ଓଡ଼ିଶା ସମାଚାର)-ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନ ସହଯୋଗରେ ଆସନ୍ତା ୭ …

Leave a Reply

Your email address will not be published. Required fields are marked *