Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଶିଳ୍ପ ପ୍ରତିଷ୍ଠା ପାଇଁ ଚୀନ୍ ରେଓଡ଼ିଶାର ରୋଡ୍ ଶୋ

ଶିଳ୍ପ ପ୍ରତିଷ୍ଠା ପାଇଁ ଚୀନ୍ ରେଓଡ଼ିଶାର ରୋଡ୍ ଶୋ

ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶାରେ ଅଧିକ ପୁଞ୍ଜିନିବେଶର ଭିବୃଦ୍ଧି ଲକ୍ଷ୍ୟ ନେଇ ଚୀନ୍ ଶିଳ୍ପୋଦ୍ୟୋଗୀମାନଙ୍କୁ ଆକର୍ଷିତ କରିବାକୁ ରାଜ୍ୟ ଶିଳ୍ପ ବିଭାଗ ପକ୍ଷରୁ ଚୀନରେ ଏକ ରୋଡ଼ ଶୋ’ର ଆୟୋଜନ କରାଯାଇଛି । ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଶିଳ୍ପୋଦ୍ୟୋଗୀମାନଙ୍କ ସହ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ଚୀନ୍ ର ଗ୍ୱାଙ୍ଗଝାଓ ଠାରେ ଆୟୋଜିତ ଏହି ରୋଡ୍ ଶୋ’ରେ ଯୋଗ ଦେଇଛନ୍ତି । ଏହି ରୋଡ୍ ଶୋ’ ମାଧ୍ୟମରେ ଚୀନ୍ର ଡାଙ୍ଗୱାଂଠାରେ ପ୍ରତିଷ୍ଠିତ ନାଇନ୍ ଡ୍ରାଗନ ପେପର (ହୋଲଡିଂ) କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ଆୟୋଜିତ ରୋଡ୍ ଶୋ’ରେ ଚୀନ ର ବହୁସଂଖ୍ୟକ ଶିଳ୍ପୋଦ୍ୟୋଗୀ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ମିଶ୍ର କହିଥିଲେ ଯେ ଭାରତ ଏବଂ ଚୀନ୍ର ସମ୍ପର୍କ ବହୁ ପୁରାତନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବହୁ ପ୍ରଗତି ଘଟିଛି  । ବର୍ତମାନ ଉନ୍ନତ ଭିତିଭୂମି ଓ ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ଓଡ଼ିଶାରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ମନ୍ତ୍ରୀ ଶ୍ରୀ ମିଶ୍ର ଚୀନ ର ଶିଳ୍ପୋଦ୍ୟୋଗୀମାନଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିବା ସହ ଶିଳ୍ପ ପ୍ରତିଷ୍ଠା ଦିଗରେ ସବୁପ୍ରକାର ସୁବିଧାସୁଯୋଗ ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ । ଇପିକଲର ପରିଚାଳନା ନିଦେ୍ର୍ଦଶକ ତଥା ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ନୀତିନ୍ ଜୱାଲେ ଓଡ଼ିଶାରେ ପୁଞ୍ଜିନିବେଶ ଦିଗରେ ଅନୁକୂଳ ବାତାବରଣ ସହ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ସୂଚନା ଦେଇଥିଲେ । ଏହି ବୈଠକରେ ଚୀନ ର ଶିଳ୍ପୋଦ୍ୟୋଗୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇ ପ୍ରତିନିଧି ଦଳ ସେମାନଙ୍କର ସନେ୍ଦହ ଦୂର କରିଥିଲେ । ମୋବାଇଲ୍ ଫୋନରେ ବ୍ୟବହୃତ ହେଉଥିବା ଫନିକ୍ସ ବ୍ୟାଟେରୀ ଆଦି ଚୀନର ବିଭିନ୍ନ ଶିଳ୍ପୋଦ୍ୟୋଗୀ ଓଡ଼ିଶାରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆକୃଷ୍ଟ ହୋଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *