Thursday , September 19 2019
Breaking News
Home / ବିଶେଷ / ଶିକ୍ଷୟିତ୍ରୀଙ୍କୁ ସର୍ବପଲ୍ଲୀ ସମ୍ମାନ

ଶିକ୍ଷୟିତ୍ରୀଙ୍କୁ ସର୍ବପଲ୍ଲୀ ସମ୍ମାନ

ଗରଦପୁର, ୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ବସନ୍ତପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା କୁମାରୀ ତ୍ରିପାଠୀ ଙ୍କୁ ସର୍ବପଲ୍ଲୀ ସମ୍ମାନ ପ୍ରଦାନ କରାଯାଇଛି ।  ଏହି ଅବସରରେ କଟକ ସାରଳା ଭବନରେ ଓଡ଼ିଶା ବିଦ୍ୟା ବିକାଶ ପରିଷଦ ଆନୁକୂଲ୍ୟରେ ସର୍ବପଲ୍ଲୀ ସମ୍ମାନ ୨୦୧୯ ଆୟୋଜିତ ହୋଇଥିଲା ।  ଉତ୍ସବରେ ଇଂ ପ୍ରଭାକର ସ୍ୱାଇଁ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ଼ ଶୁକଦେବ ନନ୍ଦ ଓ ସମ୍ମାନୀୟ ଅତିଥି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ , ନୀଳଚକ୍ରର ଅଧ୍ୟକ୍ଷା ନମିତା ପଣ୍ଡା ପ୍ରମୁଖ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଉତ୍ସର୍ଗିକୃତ ସେବା ପାଇଁ କୁମାରୀ ତ୍ରିପାଠୀ ଙ୍କୁ ସର୍ବପଲ୍ଲୀ ସମ୍ମାନରେ ସମ୍ମାନୀତ କରିଥିଲେ ।  ଏହି କାର୍ଯ୍ୟକ୍ରମକୁ  ଓଡ଼ିଶା ବିଦ୍ୟା ବିକାଶ ପରିଷଦର ସଭାପତି କୈଳାଶ ଚନ୍ଦ୍ର ବରାଳ , ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ପରିଚାଳନା କରିଥିଲେ ।  କୁମାରୀ ତ୍ରିପାଠୀ  ସର୍ବପଲ୍ଲୀ ସମ୍ମାନ ପାଇଥିବାରୁ ଗରଦପୁର ଅଂଚଳରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।  ଓଡ଼ିଶା ସମାଚାର

About admin

Check Also

ଓସିଏ ନିର୍ବାଚନ ପୂର୍ବରୁ ଷଢ଼ଯନ୍ତ୍ର କରାଯାଇ ଆଶିର୍ବାଦଙ୍କୁ ଗିରଫ କରାଯାଥିବା ତାଙ୍କ ପୁଅ ର ଅଭିଯୋଗ

କଟକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଆଜି ବଢ଼ିଭୋର ସମୟରେ ସିବିଆଇ ପକ୍ଷରୁ ବାରବାଟୀ ଷ୍ଟାଡ଼ିଅମ ନିକଟରେ ଥିବା ଓଡ଼ିଶା କି୍ରକେଟ ଆସୋସିଏସନ୍ (ଓସିଏ) …

Leave a Reply

Your email address will not be published. Required fields are marked *