Monday , December 16 2019
Breaking News
Home / ଶିକ୍ଷା / ଶିକ୍ଷା ବିଭାଗର ଡେମୋନଷ୍ଟ୍ରେଟରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଶିକ୍ଷା ବିଭାଗର ଡେମୋନଷ୍ଟ୍ରେଟରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ସାଲେପୁର, ୦୧/୧୨/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା) – ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷା ବିଭାଗର ଡେମୋନଷ୍ଟ୍ରେଟର ଜଗନ୍ନାଥ ସାହୁଙ୍କ ଅବସରକାଳୀନ ସଭା ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଉମେଶ ଚନ୍ଦ୍ର ପତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ ଜଗନ୍ନାଥ ସାହୁଙ୍କ ବ୍ୟକ୍ତିତ୍ୱରେ ଭିନ୍ନ ଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ । ଶିକ୍ଷକ ସଂଘର ସଭାପତି ଡଃ ପ୍ରକାଶିନୀ ରାୟଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସଂପାଦିକା ପ୍ରଫେସର ନମିତା ଦିକ୍ଷୀତ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷକ ସଂଘର ଉପସଭାପତି ଶମ୍ଭୁଧର ସ୍ୱାଇଁ ଧନ୍ୟବାଦ ଦେଇଥିବାବେଳେ ଡଃ ପ୍ରଭାସିନୀ ଦେବୀ, ଡଃ ସଂଗୀତା ମିଶ୍ର, ପ୍ରଫେସର ସୁଶାନ୍ତ କୁମାର ନାୟକ, ଡଃ ଦେବେନ୍ଦ୍ର ନାରାୟଣ ପତ୍ରି, ନିର୍ମଳ ମିଶ୍ର, ଡଃ ପ୍ରସନ୍ନ ମହାପାତ୍ର, ଡଃ ଅସିତ୍ ପରିଜା, କୁନ୍ତଳା ମହାପାତ୍ର, ପ୍ରଦୋଷ କୁମାର ମହାନ୍ତି, ସ୍ନେହଲତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ଜଗନ୍ନାଥ ସାହୁଙ୍କର ଗୁଣଗାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦ୍ୟା ଅଧ୍ୟୟନ ସହିତ ଖେଳକୁଦରେ ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି 

ସାଲେପୁର,୧୪/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : ଖେଳକୁଦ ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ସହିତ ଶରୀର ନିରୋଗ ରହିଥାଏ …

Leave a Reply

Your email address will not be published. Required fields are marked *