Friday , September 20 2019
Breaking News
Home / ଶିକ୍ଷା / ଶିକ୍ଷକ ନିଯୁକ୍ତି ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ମହିଳା

ଶିକ୍ଷକ ନିଯୁକ୍ତି ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ମହିଳା

କେନ୍ଦ୍ରାପଡା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ କଳପଡା ପଂଚାୟତ ଟୁବିହୁଡା ଗ୍ରାମର ମହିଳାମାନେ ଜିଲାପାଳଙ୍କୁ ଭେଟି ଶିକ୍ଷକ ନିଯୁକ୍ତି ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି  । ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ୩୫ ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ୭ମାସହେବ ଜଣେ ଶିକ୍ଷୟିତ୍ରୀ ସେମାନଙ୍କୁ ପାଠ ପଢାଉଛନ୍ତି । ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ପାଠ ପଢିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହି ସ୍କୁଲରେ ଆଉ ଜଣେ ଶିକ୍ଷକ ନିଯୁକ୍ତିପାଇଁ ଗ୍ରାମବାସୀ ବ୍ଲକ ଶିକ୍ଷାଧିକାରୀଙ୍କୁ ବାରମ୍ବାର ଭେଟି ନିବେଦନ କରିଥିବା ସତ୍ୱେ ସେ କିଛି ପଦକ୍ଷେପ ନେଉନାହାନ୍ତି । ଜଣେ ଶିକ୍ଷୟିତ୍ରୀ ୩୫ ଛାତ୍ରଛାତ୍ରୀ ପାଠ ପଢାଇବା ସମ୍ଭବ ହେଉ ନଥିବାରୁ ତୁରନ୍ତ ସେହି ସ୍କୁଲରେ ଆଉ ଜଣେ ଶିକ୍ଷକ ନିଯୁକ୍ତି ପାଇଁ ସେମାନେ ଜିଲାପାଳଙ୍କୁ ନିବେଦନ କରିଥିଲେ  । ଏ ସମ୍ପର୍କରେ ଜିଲାପାଳ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟୁବିହୁଡା ଗ୍ରାମର ସୁଶାନ୍ତି ପ୍ରଧାନ,ସସ୍ମିତା ବେହେରା, ମମତା ସାମଲ, ନନ୍ଦିନୀ ପ୍ରଧାନ, ମମତା ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମର ମହିଳାମାନେ ଆଜି ଜିଲାପାଳଙ୍କୁ ଭେଟିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ୪ଶହ ଥର ବସଉଠ କଲେ- ଜଣେ ବୋହୋସ୍ ୯ ଆହତ

ସାଲେପୁର, ୧୮/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ କୋମଳମତି ଶିଶୁମାନେ ବିଦ୍ୟାଳୟ ପ୍ରତି ଆକୃଷ୍ଟ …

Leave a Reply

Your email address will not be published. Required fields are marked *