Sunday , December 8 2019
Breaking News
Home / ଶିକ୍ଷା /   ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେତାଲା ପକାଇଲେ ଗ୍ରାମବାସୀ ଓ ଅଭିଭାବକ

  ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେତାଲା ପକାଇଲେ ଗ୍ରାମବାସୀ ଓ ଅଭିଭାବକ

କଳାହାଣ୍ଡି, ୧୬/୦୯/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଶାସ୍ତୁଗୁଡା ଠାରେ ଥିବା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ସୋମବାର ଅଭିଭାବକ ଓ ଗ୍ରାମବାସୀ ସ୍କୁଲଗେଟରେ ତାଲା ପକାଇ ପ୍ରତିବାଦ କରିବା ସହ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଦେଇଛନ୍ତି । ସୂଚନା ଅନୁସାରେ ଶାସ୍ତୁଗୁଡା ସ୍କୁଲରେ ମାତ୍ର ୪ ଜଣ ଶିକ୍ଷକ କାର୍ଯ୍ୟରତ ଥିବାବେଲେ ପ୍ରଥମ ରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ୨୭୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଅଷ୍ଟମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ପଢାଇବା ପାଇଁ ଆବଶ୍ୟକ ଶିକ୍ଷକ ନଥିବାରୁ ଜଣେମାତ୍ର ବିଜ୍ଞାନ ଶିକ୍ଷକଙ୍କ ଭରସାରେ ପାଠପଢା ଚାଲିଥିବା ଅଭିଯୋଗ ହେଉଛି । ଆଗକୁ ଦଶମ ବୋର୍ଡ ପରୀକ୍ଷା ଥିବାବେଲେ ପାଠପଢାରେ ଛାତ୍ରଛାତ୍ରୀବହୁ ଅସୁବିଧାର ସମ୍ମୁଖିନ ହେବା ସହ ନିଜେ ନିଜର ଭବିଷ୍ୟତକୁନେଇ ଚିନ୍ତାରେ ରହିଛନ୍ତି । ସରକାରଙ୍କ ସର୍ବଶିକ୍ଷା ଅଭିଯାନ କେତେ ସକ୍ରିୟ ତାହା ଏଠି ପ୍ରମାଣ କରୁଛି । ଧାରଣା ସ୍ଥଳରେ କୌଣସି ଅଧିକାରୀ ପହଂଚିନଥିବାବେଲେ ଜୟପାଟଣା ଅତିରିକ୍ତ ଶିକ୍ଷା ଅଧିକାରୀ ଦୁଇ ଜଣ ଶିକ୍ଷକଙ୍କୁ ଡେପୁଟେସନ କରାଯିବ ବୋଲି କହିଛନ୍ତି । ଅଭିଭାବକ ଓ ଗ୍ରାମବାସୀ ନିଜ ଜିଦରେ ଅଡି ବସିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୋଷାକ ବିତରଣ ଉତ୍ସବ

ସାଲେପୁର ୦୭/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ …

Leave a Reply

Your email address will not be published. Required fields are marked *