Friday , February 28 2020
Breaking News
Home / ବିଶେଷ / ଶାଳିଜଙ୍ଗା ସାଇ ମନ୍ଦିର କଳସ ଶୋଭା ଯାତ୍ରା

ଶାଳିଜଙ୍ଗା ସାଇ ମନ୍ଦିର କଳସ ଶୋଭା ଯାତ୍ରା

ରଘୁନାଥପୁର ୨୮/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ଶାଳିଜଙ୍ଗାସ୍ଥିତ ସିରିଡ଼ି ସାଇ ମନ୍ଦିରରେ ୩ୟ ବାର୍ଷିକ ଉତ୍ସବ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସିରିଡ଼ି ସାଇ ସେବା ପ୍ରତିଷ୍ଠାନ ପକ୍ଷରୁ ସମ୍ପାଦକ ଇଂ ବାବାଜୀ ଚରଣ ଜେନା, କୋଷାଧ୍ୟକ୍ଷ ପାର୍ଥ ସଖା ପାଲଟାସିଂ, ମୁଖ୍ୟଟ୍ରଷ୍ଟି ବିଜୟ ପାଲଟାସିଂ, ଉପଦେଷ୍ଟା ଦିଲିପ କୁମାର ରଥ, ଗଙ୍ଗାଧର ଜେନାଙ୍କ ତତ୍ୱାବଧାନରେ ତାରପୁର ବଜାର ନିକଟସ୍ଥ ମହାନଦୀ ର ରାମମନ୍ଦିର ଘାଟରୁ ଏକ ବିରାଟ କଳସ ଶୋଭାଯାତ୍ରା ଶାଳିଜଙ୍ଗା ସାଇ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲା । ବିଭିନ୍ନ ଅଂଚଳରୁ ୨୧୦୧ ମହିଳା ଓ ପୁରୁଷ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଦୀର୍ଘ ୬ କିମି ବାଟ ଅତିକ୍ରମ କରି ମନ୍ଦିର ରେ ପହଂଚିଥିଲେ । ସେଠାରେ ଏହି କଳସ ଶୋଭାଯାତ୍ରାକୁ ସିରିଡ଼ି ସାଇ ସେବା ପ୍ରତିଷ୍ଠାନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ବାଣ, ବାଜା ଓ ଆତସବାଜି ରେ ଗଗନ ପବନ ମୁଖରୀତ ହୋଇଥିଲା । ବାବାଙ୍କର ଜୟ ଜୟକାର ଧ୍ୱନୀ ସମସ୍ତଙ୍କୁ ମୁଗ୍ଧ କରିଥିଲା । ଶଙ୍ଖ ହୁଳହୁଳି ଇତ୍ୟାଦିରେ ମନ୍ଦିର ପରିସର କମ୍ପନ ସୃଷ୍ଟି କରିଥିଲା । ଏହି କଳସ ଶୋଭାଯାତ୍ରା ପରେ ମନ୍ଦିର ପରିସରରେ ମହାପୂଜା, ମହାଅଭିଷେକ , ଯଜ୍ଞ ଆରମ୍ଭ କରାଯିବାର କାର୍ଯ୍ୟ ସ୍ଥିର କରାଯାଇଛି । ୩ ଦିନ ଧରି ମହା ଆଡ଼ମ୍ବରରେ ଏହି ଯଜ୍ଞ କରାଯିବାକୁ ଥିବାବେଳେ ୩୦ ତାରିଖ ଅପରାହ୍ନ ୫ ଟାରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ହେବ । ପ୍ରତ୍ୟେକ ସନ୍ଧ୍ୟାରେ ଭଜନ କୀର୍ତନ ସହିତ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାକୁ ସାମିଲ ହେବାପାଇଁ ସିରିଡ଼ି ସାଇ ସେବା ପ୍ରତିଷ୍ଠାନର ସଭାପତି ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *