Monday , December 9 2019
Home / ପର୍ଯ୍ୟଟନ ଓ ସଂସ୍କୃତି / ଶାନ୍ତିଶୃଙ୍ଖଳା ସହ ଆଗେଇ ଚାଲିଛି କଳିଙ୍ଗ ବାଲିଯାତ୍ରା

ଶାନ୍ତିଶୃଙ୍ଖଳା ସହ ଆଗେଇ ଚାଲିଛି କଳିଙ୍ଗ ବାଲିଯାତ୍ରା

ପ୍ରେସ୍ ମିଡିଆ ବିରୋଧ ପ୍ରତ୍ୟାହୃତ ସତ୍ୱେ ଅନୁବଭବଙ୍କୁ କଡା ସୁରକ୍ଷା
ପାରାଦ୍ୱୀପ ୧୫/୧୧/୨୦୧୯(ଓଡ଼ିଶା ସମାଚାର)-ବିଭିନ୍ନ ବାଧାବିଘ୍ନ ସତ୍ୱେ ଜିଲ୍ଲା ପ୍ରାଶାସନ ଓ କଳିଙ୍ଗ ବାଲିଯାତ୍ରା କମିଟିର ଉଦ୍ୟମ ଫଳରେ ପାରାଦ୍ୱୀପ ଠାରେ ଆୟୋଜିତ ହେଉଥିôବା କଳିଙ୍ଗ ବାଲିଯାତ୍ରା ସଫଳତାର ସହ ଆଗେଇ ଚାଲିଛି । ଆଜି ହେଉଛି ବାଲିଯାତ୍ରା ୫ମ ଦିବସ । ତେବେ ବାଲିଯାତ୍ରାର ୪ର୍ଥ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲେ କେନ୍ଦ୍ରାପଡା ସାଂସଦ ତଥା ଚଳିଚିତ୍ର ତାରକା ଅନୁଭବ ମହାନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲପାଳ ସଂଗ୍ରାମ କେଶରୀ ମହାପାତ୍ର, ପାରାଦ୍ୱୀପ ଅତିରିକ୍ତ ଜିଲ୍ଲପାଳ କାହ୍ନୁଚରଣ ଧିର ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସାଂସଦ ଅନୁଭବ ମହାନ୍ତିଙ୍କୁ ବିରୋଧ କରାଯିବା ନେଇ ପାରାଦ୍ୱୀପ ପ୍ରେସ୍ ମିଡିଆ ଓ ଅନ୍ୟ ସାମ୍ବାଦିକମାନେ ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ରତ୍ନାକର ଜେନା ଓ ଉପଦେଷ୍ଟା ଗଗନ ବିହାରୀ ସାହୁଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ଯାହାକି ଜିଲ୍ଲା ପ୍ରଶାସନ ଓ କଳିଙ୍ଗ ବାଲିଯାତ୍ରା କମିଟିର ମୁଣ୍ଡବ୍ୟଥାର କାରଣ ହୋଇ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିରଙ୍କ ଉଦ୍ୟମ ଯୋଗୁଁ ଏହି ସମସ୍ୟା ସୁକ୍ଷ୍ମରେ ସମାଧାନ ହୋଇଥିଲା । ସାଂସଦ ଅନୁଭବ ମହାନ୍ତିଙ୍କ ଗସ୍ତ ପୂର୍ବରୁ ନଭେମ୍ବର ୧୩ତାରିଖ ଗୁରୁବାର ଦିନ ଅତିରିକ୍ତ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଉଭୟ ପ୍ରଶାସନ ଓ ବାଲିଯାତ୍ରା କମିଟିର ବୈଠକ ବସି ବାଲିଯାତ୍ରାର ସଫଳତା ପାଇଁ ସାମ୍ବାଦିକ ମାନଙ୍କୁ ଏହି ବିରୋଧ ନିଷ୍ପତିରୁ ହଟିବା ପାଇଁ ଅନୁରୋଧ କରାଯାଇଥିଲା । ଶେଷରେ ଆଂଚଳିକ ଗଣପର୍ବର୍ କଳିଙ୍ଗ ବାଲିଯାତ୍ରା ସଫଳତା ପାଇଁ ସାମ୍ବାଦିକ ମାନେ ଏହି ବିରୋଧକୁ ପ୍ରତ୍ୟାହର କରିଥିଲେ । ଯାହା ଫଳରେ ଚତୁର୍ଥ ସନ୍ଧ୍ୟାର ସମାରୋହ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା । କିନ୍ତୁ ଏହି ଘଟଣାକୁ ନେଇ ପୋଲିସ ଓ ପ୍ରଶାସନ ଦ୍ୱନ୍ଦରେ ରହିଥିଲା । କାଳେ ଅନୁଭବଙ୍କୁ ବିରୋଧ କରାଯିବ ସେନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନ୍ୟ ପକ୍ଷରେ ଏହି ଯାତ୍ରା ସଫଳତାର ସହ ଆଗେଇ ଚାଲିଥିବା ବେଳେ ପ୍ରଚାର ଓ ପ୍ରସାର ଅଭାବରୁ ଅଶାତୀତ ଜନସମାଗମ ଦେଖିବାକୁ ମିଳୁନାହିଁ । ଓଡ଼ିଶା ସମାଚାର

About admin

Check Also

ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କୁ କେନ୍ଦ୍ରାପଡାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବିଚକ୍ଷଣ ବାଗ୍ମୀ, ବରିଷ୍ଠ ଆଇନଜୀବି,ପ୍ରଖ୍ୟାତ ରାଜନୀତିଜ୍ଞ,ରାଜ୍ୟ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ, ଅବକାରୀ, ଉଚ୍ଚଶିକ୍ଷା, …

Leave a Reply

Your email address will not be published. Required fields are marked *