Monday , February 24 2020
Home / କ୍ରୀଡ଼ା / ଶତବାର୍ଷିକ ଉତ୍ସବ ପାଇଁ ଖେଳିଲେ ଗ୍ରାମ ମହିଳା

ଶତବାର୍ଷିକ ଉତ୍ସବ ପାଇଁ ଖେଳିଲେ ଗ୍ରାମ ମହିଳା

ଗରଦପୁର,୨୮/୦୧/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପହଣା ଉନ୍ନିତ ଉପ୍ରା ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠିତ ହେବ । ସେହି ପରିପ୍ରେକ୍ଷିରେ ଶତବାର୍ଷିକ କମିଟି ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଗ୍ରାମର ୧୭ ଟି ସ୍ୱୟଂ ସହାୟକ ଗୋଷ୍ଠିର ଶତାଧିକ ମହିଳା ଶତବାର୍ଷିକ ପାଳନ ଉଦେଶ୍ୟରେ ଆଜି ଅନୁଷ୍ଠିତ ବିଭିନ୍ନ ଖେଳକୁଦ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ମହିଳା ମାନଙ୍କ ମଧ୍ୟରେ ୧୦୦ ମିଟର ଦୌଡ଼, ଅଖା ଦୌଡ଼ , ମ୍ୟୁଜିକ ଚେୟାର , ଆଳୁ ଚାମଚ, ମୁରୁଜ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଗ୍ରାମର ମହିଳାମାନେ ଆଗ୍ରହର ସହିତ ଏଥିରେ ଅଂଶ ଗ୍ରହଣ କରିଥିଲେ । ମହିଳା ମାନଙ୍କର ଏହି ଖେଳ ପ୍ରତିଯୋଗୀତାକୁ ଗ୍ରାମରେ ଥିବା ସନାତନ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଂଜଳୀ ସ୍ୱାଇଁ ଉଦଘାଟନ କରିଥିଲେ । ଏଥିସହିତ ଶତବାର୍ଷିକ କମିଟି ଦ୍ୱାରା ଆୟୋଜିତ ଏହି ଖେଳ ଉତ୍ସବରେ ପହଣା ଉପ୍ରା ବିଦ୍ୟାଳୟ ସହିତ ସଂସ୍କୃତ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । କୃତୀ ପ୍ରତିଯୋଗୀ ଓ ପ୍ରତିଭା ଙ୍କୁ ଶତବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଂଜୁଳା ମିଶ୍ର ଓ ପିଇଟି ପବିତ୍ର ରାଉତ ଖେଳ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ବ୍ରଜ କିଶୋର ମିଶ୍ର, ବନଲକ୍ଷ୍ମୀ ଜେନା, ନିବେଦିତା ନାୟକ, ତ୍ରିଲୋଚନ ପଣ୍ଡା, ଅବଧୂତ ରାଉତ, କଲ୍ୟାଣୀ ପଟ୍ଟନାୟକ, ଜାନକୀ ପୃଷ୍ଟି , ମାନସୀବାଳା ସ୍ୱାଇଁ ଙ୍କ ସମେତ ଶତବାର୍ଷିକ କମିଟି ସଦସ୍ୟ ରମେଶ ଚନ୍ଦ୍ର ବେହେରା, ଦୂର୍ଯ୍ୟୋଧନ ପାଣି, ପ୍ରସନ୍ନ ଲେଙ୍କା, ରମେଶ ଚନ୍ଦ୍ର ବିଶ୍ୱାଳ, ସୁମନ ମିଶ୍ର, ସେକ୍ସପିୟର ଦାସ, ସୌନ୍ଦର୍ଯ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାକଲେଜ ଇଂରାଜୀସମ୍ମାନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

କେନ୍ଦ୍ରାପଡା, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ପୂର୍ବାହ୍ନରେ “ଉପନିବେଶ ଯୁଗରୁ ଜଗତୀକରଣ …

Leave a Reply

Your email address will not be published. Required fields are marked *