Tuesday , February 25 2020
Breaking News
Home / କୃଷି / ଶଙ୍କର ଜାତୀୟ ଛେଳି ଉତ୍ପାଦନ ନିମନ୍ତେ ପ୍ରଶିକ୍ଷଣ

ଶଙ୍କର ଜାତୀୟ ଛେଳି ଉତ୍ପାଦନ ନିମନ୍ତେ ପ୍ରଶିକ୍ଷଣ

 

ମହାକାଳପଡା, ୧୨/୦୨/୨୦୨୦ (ଓଡ଼ିଶା ସମାଚାର)-ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ନବଜୀବନ କେନ୍ଦ୍ର ପରିସରରେ ପିପୁଲ୍ସ ଫର ଆନିମଲ୍ ମହାକାଳପଡ଼ା ତରଫରୁ ଶଙ୍କର ଜାତୀୟ ଛେଳି ଉତ୍ପାଦନ ନିମନ୍ତେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଏଥିରେ୩୦ଟି ଜିଲାରୁ ଆସିଥିବା ବିଭିନ୍ନ ପ୍ରାଣୀ ମିତ୍ର, ଚାଷୀ ଓ ଗୋମିତ୍ର ମାନଙ୍କୁ ଦୁଇଦିନିଆ ପ୍ରଶିକ୍ଷଣ ଦିଆଯାଉଛି। ଶଙ୍କର ଜାତୀୟ ଛେଳି ଚାଷକଲେ କିଭଳି ଚାଷୀ ଲାଭବାନ ହେବ ଓ କମ୍ ପଇସାରେ ଛେଳି ଚାଷୀ କିପରି ଅଧିକ ଉପକୃତ ହେବ ସେ ସମ୍ପର୍କରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହାଦ୍ୱାରା ଛେଳି ଚାଷୀର ଆର୍ଥିକ ସ୍ଥିତି ମଝବୁତ୍ ହେବ ଓ ପରିବାରର ବାର୍ଷିକ ରୋଜଗାର ବୃଦ୍ଧିପାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଲକ୍ଷ୍ନୌସ୍ଥିତ ଗୋଟ୍ ଟ୍ରଷ୍ଟର ଡାକ୍ତର ଆଶିଷ କୁମାର, ଓଡ଼ିଶା ଜୀବିକା ମିଶନର ବିଶେଷଜ୍ଞ ଡାକ୍ତର କିରଣକୁମାର ପରିଡ଼ା, ଜୀବନଜ୍ୟୋତି ଚାରିଟି ମିଶନର ଉପଦେଷ୍ଟା ରବିନ ବେହେରା, ମହାକାଳପଡ଼ାର ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର ସ୍ମୃତିରଞ୍ଜନ ରାଉତ, ରାଜନଗରର ପ୍ରାଣୀଚିକିତ୍ସକ ପତିତପାବନ ବଳ ଉପସ୍ଥିତ ଥିବା ବେଳେ ପିପୁଲ୍ସ ଫର ଆନିମଲର ସଭାପତି ପ୍ରଣୟ କେତନ ଚୌଧୁରୀ ଓ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସୁବାଷ କୁମାର ପରିଡ଼ା। ଓଡ଼ିଶା ସମାଚାର

About admin

Check Also

ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ଜଳେଶ୍ୱର,୧୭/୦୨/୨୦୨୦(ଓଡ଼ିଶା ସମାଚାର)-ଉତର ବାଲେଶ୍ୱରର ୪ ଟି ବ୍ଲକ ଜଳେଶ୍ୱର,ବସ୍ତା,ବାଲିଆପାଳ ଓ ଭୋଗରାଇ ଅଂଚଳରେ କୃଷି ଉତ୍ପାଦିତ ସାମଗ୍ରୀକୁଉପଯୁକ୍ତ ଭାବେ ସଂରକ୍ଷଣ …

Leave a Reply

Your email address will not be published. Required fields are marked *