Tuesday , February 25 2020
Breaking News
Home / ଶିକ୍ଷା / ଲୋକନାଥ ମହାବିଦ୍ୟାଳୟର ବାଷିକୋତ୍ସବ

ଲୋକନାଥ ମହାବିଦ୍ୟାଳୟର ବାଷିକୋତ୍ସବ

ନିଜ ପରିଚୟ ସୃଷ୍ଟି କରିବାରେ ଛାତ୍ର ଛାତ୍ରୀ ବ୍ରତୀ ହୁଅନ୍ତୁ
ଗରଦପୁର, ୧୦/୦୨/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟର ବାଷିକୋତ୍ସବ ମହାସମାରୋହରେ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ଡ଼ ପ୍ରଦୀପ୍ତ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୁଷଣ ବେହେରା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇ ଚାକିରୀ ପଛରେ ନଗୋଡ଼ାଇ ନିଜ ଗୋଡ଼ରେ ନିଯେ ଛିଡ଼ା ହେବା ପାଇଁ ନିଜକୁ ତିଆରି କରିବା ପାଇଁ କହିଥିଲେ । ନିଜ ପରିଚୟ ନିଯେ ସୃଷ୍ଟି କର , ଶିକ୍ଷା ନିଜକୁ ମାର୍ଜିତ କରିବା ପାଇଁ ନିଜକୁ ଅନ୍ୟସହ ସମକକ୍ଷ କରିବା ପାଇଁ ଉଦ୍ଦିଷ୍ଟ । ଶିକ୍ଷା ଅର୍ଥ କେବଳ ଚାକିରୀ ପଛରେ ଗୋଡ଼ାଇବା ନୁହେଁ । ନିଜକୁ ପରିପ୍ରକାଶ କରିବା ପାଇଁ ଶିକ୍ଷା ଏକ ମାଧ୍ୟମ ବୋଲି ସେ କହିଥିଲେ । ସଂଘର୍ଷ ସହିତ ସଫଳତା ଯୋଡ଼ିହୋଇ ରହିଥାଏ । ଛାତ୍ର ଛାତ୍ରୀମାନେ ଶିକ୍ଷା ସଂଘର୍ଷରେ ନିଜକୁ ନିୟୋଜିତ କରି ପାରିଲେ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଏହି କ୍ରମରେ ମହିୟସୀ ମହିଳା ରମାଦେବୀ ଓ ଜନନାୟକ ବିଜୁ ପଟ୍ଟନାୟକଙ୍କ ସଂଘର୍ଷ ଓ ସଫଳତା ସମ୍ପର୍କରେ ଉଦାହରଣ ଦେଇ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ବିଧାୟିକା ସାବିତ୍ରୀ ଅଗ୍ରୱାଲାଙ୍କ ପୁତ୍ର ସଂଜୟ ଅଗ୍ରୱାଲା ଯୋଗଦେଇ ମହାବିଦ୍ୟାଳୟର ଶ୍ରେଣୀ ଗୃହ, ଖେଳ ପଡ଼ିଆ , ଅଡ଼ିଟୋରିଅମ, ଜିମନାସିଅମ ଆଦି ସମସ୍ୟା ଦୂର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ କେନ୍ଦ୍ରାପଡ଼ା ଜିଲାର ଏହା ୨ୟ ବୃହତ ମହାବିଦ୍ୟାଳୟ ହୋଇଥିବାରୁ କେବଳ ମହାବିଦ୍ୟାଳୟର ପରିସିମା ଓ କୋଠା ବାଟି ନୁହେଁ ପରନ୍ତୁ ଛାତ୍ର ଛାତ୍ରୀମାନେ ନିଜ ପାଠ ପଢ଼ାରେ ଧ୍ୟାନ ଦେଇ ଜିଲାରେ ସବୋତ୍କୃଷ୍ଟ ସଫଳତା ଅର୍ଜନ କରିବା ପାଇଁ ଆଶା ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ସମାଜସେବୀ ନାରାୟଣ ସ୍ୱାଇଁ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କ ଭିତରେ ଥିବା ଶୃଙ୍ଖଳା ଜ୍ଞାନକୁ ପ୍ରଶଂସା କରିଥିଲେ । ଉତ୍ସବରେ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଅଧ୍ୟାପକ କ୍ଷୀରୋଦ ପ୍ରସାଦ ନାୟକ । ପ୍ରାରମ୍ଭ ରେ ଅତିଥି ମାନଙ୍କୁ ମହାବିଦ୍ୟାଳୟ ଫାଟକ ନିକଟରୁ ଛାତ୍ର ଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ଙ୍କ ସମେତ ଏନଏସଏସ ଓ ଏନସିସି କ୍ୟାଡ଼େଟ ମାନେ ଆକର୍ଷଣୀୟ ପ୍ୟାରେଡ଼ ମାଧ୍ୟମରେ ପାଛୋଟି ନେଇଥିଲେ । ଅତିଥିମାନେ ଉତ୍ସବ ମଂଚକୁ ଯିବା ପୂର୍ବରୁ ମହାବିଦ୍ୟାଳୟ ପରିସରରେ ଥିବା ସ୍ୱର୍ଗତ ଲୋକନାଥ ମିଶ୍ରଙ୍କ ପ୍ରତିମୂର୍ତି ଓ ଶ୍ରୀ ଗଣେଷ ଙ୍କ ବିଗ୍ରହରେ ମାଲ୍ୟାର୍ପଣ କରିଥିଲେ । ଉତ୍ସବରେ କୃତୀ ପ୍ରତିଭା ସଂଘମିତ୍ରା ପ୍ରିୟଦର୍ଶିନୀ , ଶଭଲକ୍ଷ୍ମୀ ମହାନ୍ତି , ସସ୍ମିତା ମହାରଣା, ମାହେଶ୍ୱରୀ ଦାସ, ଚନ୍ଦନ କୁମାର ସାହୁ, ଅନନ୍ୟା ଅନନ୍ଦିତା ଶତପଥି ପ୍ରମୁଖ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ବେହେରା ଟ୍ରଫି ଓ ପଦକ ପ୍ରଦାନ କରି ପୁରସ୍କୃତ କରିଥିଲେ । ଉତ୍ସବରେ ଅଧ୍ୟାପକ ସରୋଜ ରଂଜନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍ସବ ପରିଚାଳନାରେ ଅଧ୍ୟାପକ ଦୂର୍ଯ୍ୟୋଧନ ଜେନା,ଅଧ୍ୟାପକ ରମେଶ କୁମାର ମହାନ୍ତି ,ଅଧ୍ୟାପକ ରମାକାନ୍ତ ପାଣି ,ଅଧ୍ୟାପକ ସୁଶାନ୍ତ କୁମାର ପରିଡ଼ା,ଅଧ୍ୟାପିକା ରିଲୁଶ୍ରୀ ସାମନ୍ତରାୟ, ଅଧ୍ୟାପିକା ଅନନ୍ୟା ପରିଡ଼ା, ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ, ଅଧ୍ୟାପକ ଶଚିଦାନନ୍ଦ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ

କଟକ,୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ନୂଆବଜାରସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ …

Leave a Reply

Your email address will not be published. Required fields are marked *