Friday , February 28 2020
Breaking News
Home / ବିଶେଷ / ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ ଗଣତନ୍ତ୍ର ଦିବସ ପାଳିତ

ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର ,୨୬/୦୧/୨୦୨୦ (ଓଡ଼ିଶା ସମାଚାର)- ଆଇଆରସି ଭିଲେଜସ୍ଥିତ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ (ଲୟାନ୍ସ କ୍ଲବ, ଭୁବନେଶ୍ୱର, ଓଡ଼ିଶାର ଏକ ପ୍ରକଳ୍ପ) ୭୧ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଟ୍ରଷ୍ଟର ଚେୟାରମ୍ୟାନ ଲାୟନ ଇଂ ବିପିନ ବିହାରୀ ନାୟକ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତୋଳନ କରିଥିଲେ । ମ୍ୟାନେଜିଙ୍ଗ କମିଟିର ଚେୟାରମ୍ୟାନ ଲାୟନ ସୁଧାଂଶୁ କୁମାର ମହାନ୍ତି ଏହି ଦିବସ ଉପରେ ସମ୍ୟକ ଆଲୋକପାତ କରିଥିଲେ । ଲାୟନ୍ସ କ୍ଲବର ସଭାପତି ଲାୟନ ରାମପ୍ରସାଦ ପାତ୍ର, ସମ୍ପାଦକ ଲାୟନ ଇଂ ସିଦ୍ଧାର୍ଥ ମହାନ୍ତି, ସମ୍ପାଦକ ଲାୟନ ତପନ ହରିଚନ୍ଦନ ଏବଂ ବହୁ ସଦସ୍ୟ ଯୋଗଦାନ କରିଥିଲେ । ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାଃ ପ୍ରସନ୍ନ କୁମାର ମହାନ୍ତି ଏବଂ ଚିକିତ୍ସାଳୟର ସମସ୍ତ କର୍ମକର୍ତା ଅଂଶଗ୍ରହଣ କରି ଗଣତନ୍ତ୍ର ଦିବସକୁ ଉତ୍ସାହର ସହ ସାଫଲ୍ୟ ମଣ୍ଡିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *