Saturday , February 29 2020
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଲଳିତଗିରିର ପ୍ରସିଦ୍ଧ କେଶ ଯାତ୍ରା, ଉତ୍ସବ ମୁଖର ଓଳାଶୁଣୀ ପୀଠ

ଲଳିତଗିରିର ପ୍ରସିଦ୍ଧ କେଶ ଯାତ୍ରା, ଉତ୍ସବ ମୁଖର ଓଳାଶୁଣୀ ପୀଠ

ମାହାଙ୍ଗା, ୨୦/୦୧/୨୦୨୦ (ଓଡିଶା ସମାଚାର/ଅଭୟ ଜେନା):ମହାନ ସନ୍ଥ ଅରକ୍ଷୀତ ଦାସଙ୍କ ମହିମାକୁ ନେଇ ଅନେକ କିମ୍ବଦନ୍ତି ଆଜିବି ଜନ ମାନସରେ ଉଜ୍ଜିବୀତ ରହିଛି । ଜଣେ ରାଜପୁତ୍ର ଯୋଗୀ ହୋଇ ସଂସାର ଭିତରେ ଶାନ୍ତି ମୈତ୍ରୀ ଓ ଐଶ୍ୱରୀୟ ଚେତନା ବାଣ୍ଟିବା ଏକ ଅନନ୍ୟ ଘଟଣାବଳୀ । ସେହି ମହାନ ସନ୍ଥ ସ୍ୱାମୀ ଅରକ୍ଷିତ ଦାସଙ୍କ ୧୮୩ ତମ ମହାପ୍ରୟାଣ ଦିବସ ପାଳନ ଅବସରରେ ଲଳିତଗିରି ଗ୍ରାମ ଉତ୍ସବମୁଖର ହୋଇଉଠିଛି । ସନ୍ଥଙ୍କ କେଶଯାତ୍ରା ଆୟୋଜନ ଶ୍ରଦ୍ଧାଳୁ ମାନଙ୍କୁ ବେଶ ଆକର୍ଷିତ କରିଛି । କଟକ ଜିଲ୍ଲା ର ଶେଷସୀମା ଓ ଯାଜପୁର ର ଆରମ୍ଭ ରେ ଐତିହାସିକ ପୀଠ ଲଳିତଗିରି ଗ୍ରାମର ବୃଦ୍ଧା ଜହ୍ନ ମହାରଣା ଆଜି ନାହାନ୍ତି ସତ, କିନ୍ତୁ ! ଦିନେ ଶ୍ରଦ୍ଧାରେ ରାଜପୁତ୍ର ଅରକ୍ଷିତଙ୍କୁ ଯୋଗୀ ବେଶରେ ଦେଖିବା ପରେ ନିଜ ଘରକୁ ଶ୍ରଦ୍ଧାରେ ଡାକିଆଣି ସିଂଘ ପାନିଆରେ ମୁଣ୍ଡ କୁଣ୍ଡାଇ ଦେବାବେଳେ ସନ୍ଥଙ୍କ ମସ୍ତକରୁ ଝଡ଼ି ପଡିଥିଲା ଚୁଟିଟିଏ । ବାସ ! ଆଜିବି ସେହି ଚୁଟି ମହାର୍ଘ୍ୟ ପାଲଟି ଯାଇଛି । ଦଶମୀ ତିଥିରେ ଲଳିତଗିରି ଗ୍ରାମରୁ ସେହି କେଶ ଯାତ୍ରା ନଗର ପରିକ୍ରମା କରେ । ଶ୍ରଦ୍ଧା ଭକ୍ତି ବିଶ୍ୱାସ ଭିତରେ କାହିଁ କେଉଁ କାଳୁ ଏହି ଜନପଦରେ ରହିଥିବା ଅଖଣ୍ଡ ବିଶ୍ୱାସ ଓ ଆସ୍ଥାର ପ୍ରତୀକ କେଶ ଯାତ୍ରା ଏକ ମହାନ ପର୍ବରେ ପରିଣତ ହୋଇସାରିଛି । ଦିନକୁ ଦିନ ଲମ୍ବି ଲମ୍ବି ଚାଲିଛି ଏହି କେଶ ରାଜି ଏକ ଅଲୌକିକ ଭାବାବେଗ ସୃଷ୍ଟି କରିଛି । ସନ୍ଥ ଅରକ୍ଷୀତ ଦାସ ଜଣେ ମହାନ ଯୋଗୀ । ବିଖ୍ୟାତ ସାଧକ । ମହୀମଣ୍ଡଳ ଗୀତାର ସ୍ରଷ୍ଟା । ସେହି ଆଧ୍ୟାତ୍ମିକ ଦେବ ପୁରୁଷଙ୍କ ପୁଣ୍ୟ ତିଥି ଅବସରରେ ଲଳିତଗିରିରୁ -ଓଳାଶୁଣୀ ମୁଖରିତ ହୋଇଉଠିଛି । ରାଜ୍ୟ ଓ ରାଜ୍ୟ ବାହାରୁ ପୋଡପିଠା ସାଙ୍ଗକୁ ଶୁଖୁଆ ଭୋଗପାଇଁ ଏବଂ ପୂଣ୍ୟ ଅର୍ଜନ ପାଇଁ ଛୁଟି ଆସୁଛନ୍ତି ଅସଂଖ୍ୟ ଶ୍ରଦ୍ଧାଳୁ । ସତେଯେମିତି କଟକ ଏବଂ ଯାଜପୁର ଉଭୟ ଜିଲ୍ଲାର ସଙ୍ଗମସ୍ଥଳୀ ଏହି ଓଳାଶୁଣୀ ପୀଠ ବାଂଟୁଛି ଭାଇଚାରା ଓ ସଦ୍ଭାବନାର ଅସରନ୍ତି ବିମୁଗ୍ଧପଣ । ଓଡ଼ିଶା ସମାଚାର

About admin

Check Also

ସାତକୋଶିଆରେ କୁମ୍ଭୀର ସଂଖ୍ୟା ବୃଦ୍ଧି 

ଅନୁଗୁଳ, ୦୯/୦୨/୨୦୨୦ (ଓଡ଼ିଶା ସମାଚାର)-ଅନୁଗୁଳ ବନମଣ୍ଡଳରେ କୁମ୍ଭୀର ସଂଖ୍ୟା ୧୩୧ କୁ ବୃଦ୍ଧିପାଇଛି । ଗତବର୍ଷ ସାତକୋଶିଆ, ମହାନଦୀ ଓ …

Leave a Reply

Your email address will not be published. Required fields are marked *