Tuesday , August 20 2019
Breaking News
Home / ତାଜା ଖବର / ଲଗାଣବର୍ଷା ଯୋଗୁ କଂଟାସାହି-ନଈଗୁଆଁ ରାସ୍ତା ଧୋଇଗଲା

ଲଗାଣବର୍ଷା ଯୋଗୁ କଂଟାସାହି-ନଈଗୁଆଁ ରାସ୍ତା ଧୋଇଗଲା

ସାଲେପୁର,୦୯/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା )- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କଂଟାସାହି-ନଈଗୁଆଁ ରାସ୍ତା ଧୋଇଯିବାରୁ ଜନସାଧାରଣଙ୍କ ଯାତାୟତରେ ଘୋର ଅସୁବିଧା ହୋଇଛି । ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସପନପୁର କଂଟାସାହି ଜେନାଘାଇ ପୋଲ ନିକଟରେ ରାସ୍ତା ଧୋଇଯିବାରୁ ଲୋକମାନଙ୍କ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହୋଇଛି । ଚାରିଚକିଆ ଯାନ ଯିବା ତ ଦୂରର କଥା ସାଇକେଲ୍ରେ ମଧ୍ୟ ପଥଚାରୀମାନେ ଉକ୍ତ ରାସ୍ତା ଦେଇ ଯାତାୟତ କରିପାରୁନାହାଁନ୍ତି । ଏହି ରାସ୍ତା ଦେଇ ୩ଟି ପଂଚାୟତର ଜନସାଧାରଣ ସାଲେପୁର ଅଂଚଳକୁ ଯାତାୟତ କରିଥାନ୍ତି । ଏହି ରାସ୍ତାଟି ଧୋଇଯିବାରୁ ଲୋକମାନେ ବାଧ୍ୟ ହୋଇ ୩କି.ମି. ରାସ୍ତା ବୁଲିକି ଆସୁଛନ୍ତି । ପ୍ରକାଶ ଥାଉକି ଗତବର୍ଷ ମଧ୍ୟ ଲଗାଣ ବର୍ଷାରେ ଏହି ରାସ୍ତା ଧୋଇଯାଇଥିବାରୁ ନାମକୁ ମାତ୍ର ମାଟି ପକାଇ ଏହି ରାସ୍ତାକୁ ସମତୁଲ କରାଯାଇଥିଲା । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଏହି ରାସ୍ତାର ନିର୍ମାଣ ଦିଗରେ ସ୍ଥାୟୀ ପଦକ୍ଷେପ ଗ୍ରହଣ ପାଇଁ ନଈଗୁଆଁ, ସପନପୁର, କଂଟାସାହି ଗ୍ରାମର ଗ୍ରାମବାସୀମାନେ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଅଲଟୋ କାର ମୋଟର ସାଇକେଲକୁ ପଛପଟୁ ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ଜଣେ ଗୁରୁତର

ସାଲେପୁର,୧୯/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- କଟକ-ସାଲେପୁର ରାସ୍ତାର ନାନ୍ଦୋଳଗଡ଼ା ନିକଟରେ ଏକ ଅଲଟୋ କାର୍ ମୋଟରସାଇକେଲକୁ ପଛପଟୁ ଧକ୍କା ଦେବା …

Leave a Reply

Your email address will not be published. Required fields are marked *