Tuesday , January 28 2020
Breaking News
Home / ତାଜା ଖବର / ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ପୌରାଂଚଳରେ ଦିନକୁ ଦିନ ଚୋରା ନିଶାବେପାର ବଢି ଚାଲିଥିବା ବେଳେ ଆଜି ମାର୍କଣ୍ଡପୁର ଗୋପାଳସାଗର ବଜାରରେ ଜଣେ ଚୋରା ବ୍ରାଉନ ସୁଗାର ବେପାରୀକୁ ଗିରଫ କରିବା ସହ ତା ଠାରୁ ଲକ୍ଷାଧିକ ଟଙ୍କର ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ମିଳିଛି । ସୁଚନା ଅନୁସାରେ କେନ୍ଦ୍ରାଂଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ-୨ ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇ ଗୋପଳସାଗର (ମାର୍କଣ୍ଡପୁର )ଗ୍ରାମର ଚୋରା ବ୍ରାଉନ ସୁଗାର ବେପାରୀ ଦୀପକ ଦାସକୁ ଗିରଫ କରାଯିବା ସହିତ ତା ନିକଟରୁ ୭୫ଗ୍ରାମ ବ୍ରାଉନସୁଗା ଓ ନଗଦ ୧୨,୦୦୦ହଜାର ଟଙ୍କା ଜବତ କରାଯାଇଥିବା ଅବକାରୀଗୁଇନ୍ଦା ବିଭାଗ ଆଇ.ଆଇ.ସି ଜଗଦିଶ ଚନ୍ଦ୍ର ସାମଲ ସୂଚନା ପ୍ରଦାନ କରିଥିଲେ ।ଏହି ଚଢଉରେ ଜଗତସିଂହପୁର ଜିଲ୍ଲା ଇନ୍ସପେକ୍ଟର ପ୍ରତାପ କୁମାର ଦାସ,ସଦର ଅବକାରୀ ବିଭାଗ ଏସ.ଆଇ ଲିଳିମା ସ୍ୱାଇଁ,କଟକ ଗୁନ୍ଦା ବିଭାଗ ଇନ୍ସପେକ୍ଟର ଗାଲୁରାମ ସୋରେନ୍,ଏସ.ଆଇ ଧନଞ୍ଜୟ ପାତ୍ର,କନେଷ୍ଟବଳ ପ୍ରଦିପ କୁମାର ବେହେରା, ରାମଚନ୍ଦ୍ର ଜେନା,ରାଜେଶ୍ କୁମାର ସାହୁ,ଥବିର କୁମାର ପଟ୍ଟନାୟକ,ରଂଜନ କୁମାର ପାତ୍ର,ଅର୍ଚ୍ଚନାବାଳା ନାୟକ,ମମତା ଦାସ ପ୍ରମୁଖ ସାମିଲଥିଲେ । ଉକ୍ତ ଚୋରା ବା୍ରଉନ ସୁଗାର ବେପାରି ଦୀପକ କୁ ଆଜି କୋର୍ଟ ଚାଲଣ କରାଯାଇଥିବା ଜିଲ୍ଲା ଇନ୍ସପେକ୍ଟର ଶ୍ରୀ ଦାସ ସୂଚନାପ୍ରଦାନ କରିଥିଲେ ।ଓଡ଼ିଶା ସମାଚାର

About admin

Check Also

ଗାଡ଼ି ଧକାରେ ଜଣେ ମୃତ

ଭବାନୀ ପାଟଣା, ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ସାଙ୍ଗମାନଙ୍କ ସହ ମିଶି ଶୌଚ ହେବାକୁ ନିକଟସ୍ଥ ପାଖରୀକୁ ଜଣେ ଯୁବକ ଯାଉଥିବା …

Leave a Reply

Your email address will not be published. Required fields are marked *