Monday , December 16 2019
Breaking News
Home / କ୍ରୀଡ଼ା / ରୟାଲ କପ୍ ଉଦଯାପିତ – ରୟାଲ ଦଳ ଚମ୍ପିୟାନ

ରୟାଲ କପ୍ ଉଦଯାପିତ – ରୟାଲ ଦଳ ଚମ୍ପିୟାନ

ଭୁବନେଶ୍ୱର ,୨୪/୧୧/୨୦୧୯(ଓଡ଼ିଶା ସମାଚାର)- ରୋଟାରୀ ରୟାଲ କପ୍ କ୍ରିକେଟ ଟୁର୍ଣ୍ଣାମେଂଟ ସ୍ଥାନୀୟ ୟୁନିଟ୍-୨ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଯାଇଛି । ଟୁର୍ଣ୍ଣାମେଂଟକୁ କେନ୍ଦ୍ରୀୟ ରାଜସ୍ୱ ପରିଷଦ ଆୟୋଗ ଅନିଲ୍ ସାମଲ ଉଦଘାଟନ କରିଥିଲେ । ୬ ଓଭର ବିଶିଷ୍ଟ ଟେନିସ୍ ବଲ୍ ରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ରୋଟାରୀ ଏକ୍ସଲେନ୍ସି, ରୋଟାରୀ ସେଂଟିନିଆଲ ଓ ରୋଟାରୀ ରୟାଲ ଭାଗ ନେଇ ଉଚ୍ଚ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଏକ୍ସଲେନ୍ସି ଓ ସେଂଟିନିଆଲ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଲିଗ୍ ମ୍ୟାଚ୍ ରେ ସେଂଟିିନିଆଲ ଦଳ ୮୦ ରନ୍ କରିଥିବା ବେଳେ ଏକ୍ସଲେନ୍ସି ମାତ୍ର ୨୩ ରନ୍ କରି ଅଲ୍ ଆଉଟ୍ ହୋଇଥିଲେ । ପରବର୍ତୀ ଲିଗ୍ ମ୍ୟାଚ୍ ରେ ରୋଟାରୀ ରୟାଲ ଟିମ୍ ପ୍ରଥମ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୪୮ ରନ୍ କରିଥିବା ବେଳେ ଏକ୍ସଲେନ୍ସି ଦଳକୁ ରୟାଲ ଦଳ ୩ ୱିକେଟ ବିନିମୟରେ ୫୦ ରନ୍ ସଂଗ୍ରହ କରି ପରାସ୍ତ କରିଥିଲା । ଶେଷରେ ସେଂଟିନିଆଲ ଓ ରୟାଲ ଦଳ ମଧ୍ୟରେ ଆୟୋଜିତ ଫାଇନାଲ ମ୍ୟାଚ୍ରେ ସେଂଟିିନିଆଲ ଦଳ ନିର୍ଦ୍ଧାରିତ ୬ ଓଭର ରେ ୬ ୱିକେଟ ହରାଇ ୬୭ ରନ୍ କରିଥିଲା । ଜବାବରେ ରୟାଲ ଦଳ ୪ ଓଭର ୫ଟି ବଲ ରେ ୧ ୱିକେଟ ବିନିମୟରେ ୭୦ ରନ୍ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା ।
ପୁରସ୍କାର ବିତରଣ ଉତ୍ସବରେ ଆରଡ଼ିସି ଅନିଲ୍ ସାମଲ ଯୋଗଦେଇ ମ୍ୟାନ୍ ଅଫ୍ ଦି ସିରିଜ ଭାବେ ବିଶ୍ୱଜିତ୍ ମିଶ୍ର, ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ଅର୍ଜୁନ ସାହୁ, ଶ୍ରେଷ୍ଠ ଫିଲଡ଼ର ଭାବେ ବିଭୂତି ଭୂଷଣକର, ଶ୍ରେଷ୍ଠ ବୋଲର ଭାବେ ଶୁଭେନ୍ଦୁ ବରାଳ ଓ ପ୍ରଶାନ୍ତ ସାହୁ, ରନର୍ସ ଅପ୍ ଦଳ ସେଂଟିନିଆଲ ଦଳ ଓ ଚମ୍ପିୟାନ ଦଳ ଭାବେ ରୋଟାରୀ ରୟାଲକୁ କପ୍ ଓ ସିଲ୍ ପ୍ରଦାନ କରିଥିଲେ । ଏହି ମ୍ୟାଚ୍ କୁ ରୟାଲ କ୍ଲବ ସଭାପତି ମନମୋହନ ପଣ୍ଡା, ଆଶିଷ ସାହୁ, ଧର୍ମେନ୍ଦ୍ର ବେହେରା, ଆଶିଷ ପରିଡ଼ା, ନନ୍ଦ ପରିଚାଳନା କରିଥିବା ବେଳେ ବରିଷ୍ଠ ରୋଟାରୀୟାନ ଦେବ ପଟ୍ଟନାୟକ, ରବି ନନ୍ଦ, ସ୍ମରଣ ମିଶ୍ର, ବିଭୂତି ଭୂଷଣ କର, ସମରେନ୍ଦ୍ର ପରିଡ଼ା, ଆଜାଦହିନ୍ଦ୍ ପାଣିଗ୍ରାହୀ, ପ୍ରତିଭା ପଣ୍ଡା ଓ ଅଶୋକା ପ୍ରମୁଖ ଯୋଗ ଦେଇ ଟୁର୍ଣ୍ଣାମେଂଟକୁ ସଫଳ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ରେ ୬୫ତମ ରାଜ୍ୟ ବିଚ୍ ଭଲିବଲ ପ୍ରତିଯୋଗିତା

ପାରାଦ୍ୱୀପ ୦୯/୧୨/୨୦୧୯(ଓଡ଼ିଶା ସମାଚାର)-୬୫ତମ ରାଜ୍ୟ ବିଦ୍ୟାଳିୟ ସମୁହ ଦିନିକିଆ ବିଚ୍ ଭଲିବଲ ପ୍ରତିଯୋଗିତା ପାରାଦ୍ୱୀ ବେଳାଭୂମିର ବିଜୁ ମଇଦାନ ଠାରେ …

Leave a Reply

Your email address will not be published. Required fields are marked *