Sunday , December 8 2019
Breaking News
Home / ବିଶେଷ / ରୟାଲ୍ ଷ୍ଟାଗ୍ ବାରେଲ୍ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ଅନ୍ତର୍ଗତ ତରୁଣ ଜୈନଙ୍କ ଚଳଚ୍ଚିତ୍ର ‘ ଆମ୍ମା ମେରୀ’ର ଶୁଭମୁକ୍ତି କରାଯିବ

ରୟାଲ୍ ଷ୍ଟାଗ୍ ବାରେଲ୍ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ଅନ୍ତର୍ଗତ ତରୁଣ ଜୈନଙ୍କ ଚଳଚ୍ଚିତ୍ର ‘ ଆମ୍ମା ମେରୀ’ର ଶୁଭମୁକ୍ତି କରାଯିବ

ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ପକ୍ଷରୁ ନିର୍ଦ୍ଦେଶକ ତରୁଣ ଜୈନଙ୍କ ଦ୍ୱାରା ହୋଇଥିବା କ୍ଷୁଦ ଚଳଚ୍ଚିତ୍ର ‘ଆମ୍ମା ମେରୀ’ର ଶୁଭମୁକ୍ତି ସମ୍ପନ୍ନ ହେବ । ଏହି ଚଳଚ୍ଚିତ୍ରରେ ଅନୁରାଗ ଆରୋରା ମୁଖ୍ୟ ଭୂମିକାରେ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ରଘୁବୀର ମାନ୍ ଏବଂ ଦୀକ୍ଷା ଲାମ୍ବା ଅଭିନୟ କରିଛନ୍ତି । ଫିଲ୍ମରେ ଗାଁରେ ବାସ କରୁଥିବା ଜଣେ ପୁଅ କିଭଳି ମା’ଙ୍କ ମୃତ୍ୟୁ ପରେ ତାଙ୍କର ସ୍ଥାୟୀ ଜମା ପାଇବା ପାଇଁ ସଂଘର୍ଷ କରୁଛନ୍ତି ତାହା ଉପରେ ଦୃଶ୍ୟାଙ୍କନ କରାଯାଇଛି । ଏଥିରେ ପୁଅ ବଳରାମ ଭୂମିକାରେ ଅନୁରାଗ ଆରୋରା ଅଭିନୟ କରିଛନ୍ତି ।
ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ବେଶ୍ ଖ୍ୟାତି ହାସଲ କରିପାରିଛି ଏବଂ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିପାରିଛି । ଏହା ବଲିଉଡ୍ର ସୃଜନଶୀଳ ନିର୍ଦ୍ଦେଶକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ଭାରତରେ କ୍ଷୁଦ୍ର ଚଳଚ୍ଚିତ୍ରକୁ ବିଶେଷ ଲୋକପ୍ରିୟ କରାଇପାରିଛି ।
ଏହି ଅବସରରେ ପେରନର୍ଡ ରିକାର୍ଡ ଇଣ୍ଡିଆର ମୁଖ୍ୟ ମାର୍କେଟିଙ୍ଗ୍ ଅଫିସର କାର୍ତିକ ମହିନ୍ଦ୍ରା କହିଲେ, “ ରୟାଲ ଷ୍ଟାଗ୍ ବ୍ୟାରେଲ୍ ବିସ୍ତୁତ ବର୍ଗର କ୍ଷୁଦ୍ର ଚଳଚ୍ଚିତ୍ର ଚୟନ ଉପରେ ଗୁରୁତ୍ୱାରୋପ କରିଥିବାବେଳେ ଏହି ବର୍ଗରେ ସମ୍ବେଦନଶୀଳ ଫିଲ୍ମ ‘ଆମ୍ମା ମେରୀ’କୁ ସାମିଲ୍ କରାଯାଇଛି । ଏହା ଦ୍ୱାର ଫିଲ୍ମ କ୍ଷେତ୍ରରେ ସୃଜନଶୀଳତାର ବିକାଶ ହେବା ସହିତ ଉନ୍ନତ ମାନର ଫିଲ୍ମ ଲୋକଲୋଚନକୁ ଆସିପାରିବ । ଏହାଦ୍ୱାରା ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଏକ ସ୍ୱତନ୍ତ୍ର କ୍ଷେତ୍ର ପ୍ରସ୍ତୁତ ହେଇପାରିଛି । ନିର୍ଦ୍ଦେଶକ ତରୁଣ ଜୈନଙ୍କ ଦ୍ୱାରା ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ଆମ୍ମା ମେରୀ’ର ଶୁଭମୁକ୍ତି ସମ୍ପନ୍ନ ହେବ । ଏହି ଚଳଚ୍ଚିତ୍ରରେ ଅନୁରାଗ ଆରୋରା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।”
ରୟାଲ ଷ୍ଟାଗ୍ ବ୍ୟାରେଲ୍ ‘ମେକ୍ ଇଟ୍ ପରଫେକ୍ଟ’ ଉପରେ ବିଶ୍ୱାସ କରିଥାଏ । ଏହା ବଲିଉଡ୍ର ସୃଜନଶୀଳ ନିର୍ଦ୍ଦେଶକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ବେଶ୍ ଖ୍ୟାତି ହାସଲ କରିପାରିଛି ଏବଂ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିପାରୁଛି ।
ରୟାଲ୍ଷ୍ଟାଗ୍ କ୍ଷୁଦ୍ର ଫିଲ୍ମ ଶୁଭମୁକ୍ତ କାର୍ଯ୍ୟ ଜାରି ରଖିଛି । ଇତି ମଧ୍ୟରେ ଏହା ଦ୍ୱାରା ଅହଲ୍ୟା, ଇଂଟରିଅର୍ କେଫ୍-ନାଇଟ୍, ଓଉଚ୍, ଚଟ୍ନି, ଅନୁକୂଳ, ମୁମ୍ବାଇ ବାରାଣସୀ ଏକ୍ସପ୍ରେସ୍, ଖୁଲ୍ ୱାଲି ଚିଠି, ଦି ସ୍କୁଲ ବ୍ୟାଗ୍, ବ୍ରୁନୋ ଆଣ୍ଡ୍ ଜୁଲିଏଟ୍, ଶୁନ୍ୟତା, ଜୁଇସ୍, ମା’, ଚୁରୀ, ହର୍ ଫାଷ୍ଟ୍ ଟାଇମ୍, ଇକତରଫା ଆଦି ଚଳଚ୍ଚିତ୍ର ଶୁଭମୁକ୍ତି ହୋଇ ପାରିଛି । ଓଡ଼ିଶା ସମାଚାର

About admin

Check Also

ଶିଶୁ ଦୁଷ୍କର୍ମକାରୀଙ୍କୁ କୌଣସି ରାଜକ୍ଷମା ମିଳିବ ନାହିଁ: ରାଷ୍ଟ୍ରପତି

ନୂଆଦିଲ୍ଲୀ/ ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ବର୍ତମାନଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟାଘଟଣାକୁ ନେଇ ସବୁଠି ବିକ୍ଷୋଭ ଜାରି ରହିଛି । …

Leave a Reply

Your email address will not be published. Required fields are marked *