Tuesday , February 25 2020
Breaking News
Home / ରାଜନୀତି / ରୋହିଆ ପଂଚାୟତରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

ରୋହିଆ ପଂଚାୟତରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଜଗତସିଂହପୁର, ୧୧/୦୨/୨୦୨୦ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)-: ନାଉଗାଁ ବ୍ଲକ୍ ଅନ୍ତର୍ଗତ ରୋହିଆ ପଂଚାୟତରେ ବିଜେଡିର ଏକ କର୍ମିସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନାଉଗାଁ ବ୍ଲକ୍ ସଭାପତି ସୁଜିତ୍ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମି ସମ୍ମିଳନୀରେ ଯୋଗଦେଇଥିବା ଶତାଧିକ ଲୋକ ମୁଖ୍ୟଅତିଥି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଏକ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ନେଇଥିଲେ। ବିଧାୟକ ସଭାସ୍ଥଳରେ ପହଂଚିବା ପରେ ତାଙ୍କୁ ନାରୀନେତ୍ରୀ ମଞ୍ଜୁଲତା ମହାନ୍ତି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଉକ୍ତ ସମ୍ମିଳନୀରେ ପଂଚାୟତର ନାଏବ ସରପଂଚ ପୁଷ୍ପଲତା ଦେଈଙ୍କ ସମେତ ଅନେକ ଅସନ୍ତୁଷ୍ଠ କଂଗ୍ରେସ କର୍ମି ପ୍ରଶାନ୍ତ ନାୟକ,ଜଟାଧାରୀ ସ୍ୱାଇଁ,ଦେବେନ୍ଦ୍ର ମଲିକ,ବାବୁଲି ରାଉତ,ପ୍ରମୂଖ ବିଜେଡି ଦଳରେ ସାମିଲ ହୋଇଥିଲେ। ଏଥିସହିତ ରୋହିଆ ପଂଚାୟତରେ ୨କୋଟିର ଅନୁଦାନ ରାଶି ପଡିରହିଥିବା ସମସ୍ୟାକୁ ସମାଧାନ କରିବା ସହିତ ଉନ୍ନୟନ ମୂଳକ କାର‌୍ୟ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ବିଧାୟକ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ।ଏହି ସମ୍ମିଳନୀରେ ବ୍ଲକ୍ ଅଧ୍ୟକ୍ଷ ଜଗନ୍ନାଥ ଦାସ,ଜିଲ୍ଲା ବିଜୁ କୃଷକମୋର୍ଚ୍ଚାର ସଭାପତି ପ୍ରକାଶ ଚନ୍ଦ୍ର ବସ୍ତିଆ,ରୋହିଆ ପଂଚାୟତର ବିଜେଡି ସଭାପତି ବିଷ୍ଣୁ ସାହୁ,ଧନେଶ୍ୱର ନାୟକ,ଅମିୟ ମହାନ୍ତି,ଶମ୍ଭୁନାଥ ସ୍ୱାଇଁ ,ରବିନ୍ଦ୍ର ସ୍ୱାଇଁ,ପ୍ରମୋଦ ମହାନ୍ତି,ସମିର ମହାନ୍ତି,ନଗେନ୍ଦ୍ର ମହାନ୍ତି,ଦିଲ୍ଲିପ ମହାନ୍ତିଙ୍କ ସମେତ ଶତାଧିକ ବିଜେଡି କର୍ମି ଯୋଗଦେଇଥିଲେ। ଓଡ଼ିଶା ସମାଚାର

About admin

Check Also

ବ୍ଲକ୍ ବିଜେଡ଼ି ସଭାପତିଙ୍କୁ ସମ୍ବର୍ଦ୍ଧନା 

  ଗରଦପୁର, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ବିଜୁ ଜନତା ଦଳର ବ୍ଲକ୍ ସଭାପତି ଭାବରେ ପୂର୍ବତନ ସରପଂଚ …

Leave a Reply

Your email address will not be published. Required fields are marked *