Saturday , January 25 2020
Breaking News
Home / ବିଶେଷ / ରୋଭର ରେଞ୍ଜର ମିନି ଜାମ୍ବୋରୀରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ

ରୋଭର ରେଞ୍ଜର ମିନି ଜାମ୍ବୋରୀରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ

ଖୋର୍ଦ୍ଧା, ୦୮/୧୨/୨୦୧୯(ଓଡ଼ିଶା ସମାଚାର)-ଓଡିଶା ରାଜ୍ୟଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନଦ୍ୱାରା ଖୋର୍ଦ୍ଧା ଜିଲ୍ଲା ବରୁଣେଇ ସନ୍ନିକଟ ରାଜ୍ୟ ତାଲିମ କେନ୍ଦ୍ର୍ର ପରିସରରେ ଆୟୋଜିତ ଜାତୀୟସ୍ତରୀୟ ରୋଭର ରେଞ୍ଜର ମିନିଜାମ୍ବୋରୀର ଏକ ସ୍ୱତନ୍ତ୍ର ଦିବସ ।ପ୍ରାତଃ ସମୟରେ ରୋଭର ଓ ରେଂଜର ମାନେଏକତ୍ରିତ ହୋଇ ଯୋଗ ଏବଂ ପ୍ରାଣାୟମ ଅଭ୍ୟାସ କରିଥିଲେ ।ସବୁଦିନ ଭଳି ପତକା ଉସôବ ପରେ ଶିବିରର କାର୍ଯ୍ୟସୂଚି ଆନୁଯାୟୀ ଯୁବ ପିଢିମାନଙ୍କ ପାଇଁ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ରେ ରୋଭର ରେଂଜର ମାନେ ନିଜକୁ ହଜାଇ ଦେଇଥିଲେ  । ହାମ୍ ରେଡ଼ିଓର କାର୍ଯ୍ୟକାରୀତା ସମ୍ବନ୍ଧରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଇଥିଲା । ମଧ୍ୟାହ୍ନ ଭୋଜନପରେ ଅପରାହ୍ଣ ଅଧିବେସନର ସବୁଠାରୁ ଆକର୍ଷଣୀୟ କାର୍ଯ୍ୟକ୍ରମ “ପିଜାଂଟ ସୋ”(ସାଂସ୍କୃତି ମୁକାଭିନୟ) ପ୍ରଦର୍ଶନ ପାଇଁସମସ୍ତେ ନିଜକୁ ପ୍ରସ୍ତୁତ କରିଥିଲେ । ମୁଖ୍ୟ ଅତିଥି ଭାବେ ଜାମ୍ବୋରୀରେ ଯୋଗଦାନ କରିଥିଲେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ନ୍ୟାୟାଧୀଶ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ । ସ୍କାଉଟ୍ଗାଇଡ଼୍ ର ପାରମ୍ପରିକ କଲର ପାର୍ଟି ଦ୍ୱାରା ମୁଖ୍ୟ ଅତିଥିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପୂର୍ବକ ମଂଚସ୍ଥଳକୁ ପାଛୋଟି ନିଆଯାଇଥିଲା । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ରଙ୍କ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେଯୋଗଦାନ କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଶୀତାଂଶୁ କୁମାର ରାଉତ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ତଥା ଅନ୍ତର୍ଜାତୀୟ ସ୍କାଉଟ୍ କମିଶନର ଜଗଦିଶଚନ୍ଦ୍ର ମହାନ୍ତି, ଅନ୍ତର୍ଜାତୀୟ ଗାଇଡ଼୍ କମିଶନର ଆମେଲିଆ ସ୍ୱେୟର । ମୁଖ୍ୟ ଅତିଥି ଜାଭେରୀ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ରାଜ୍ୟ ମୁଖ୍ୟକମିଶନର ଡଃ କାଳି ପ୍ରସାଦ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବାକୁ ଯାଇଜାମ୍ବୋରୀର ଉଦ୍ଧେଶ୍ୟ ଏବଂ ବିଗତଦିନମାନଙ୍କରେ ରାଜ୍ୟ ସଂଗଠନ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ଗାନ୍ଧି ୧୫୦ ଜନ୍ମଶତବାର୍ଷିକୀ ପାଳନ ଅବସରରେ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ବନ୍ଧରେ ଆଲୋକପାତ କରିଥିଲେ । ତା ପରେ ଅତିଥିମାନଙ୍କସମ୍ମୁଖରେ ରୋଭର ଓ ରେଂଜର ମାନଙ୍କ ଦ୍ୱାରା ପ୍ରାୟୋଜିତ ପିଜାଂଟ ସୋ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଉକ୍ତ କାର୍ଯ୍ୟରେ ପ୍ରତ୍ୟେକ ରାଜ୍ୟର ସାଂସ୍କୃତିକ ତଥା ଐତିହ୍ୟ ପରମ୍ପରାରଏକ ନିଚ୍ଛକ ଝଲକ ଦେଖିବାକୁ ମିଳିଥିଲା,ଯାହାକି ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଅନ୍ତର୍ଜାତୀୟ କମିଶନର ଶ୍ରୀ ମହାନ୍ତିଏବଂ ଶ୍ରୀମତୀ ଆମେଲା ରୋଭରରେଂଜରମାନଙ୍କୁ ଉଦବୋଧନ ଦେବାକୁ ଯାଇରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତଜାମ୍ବୋରୀକୁ ଉଚ୍ଚ ପ୍ରଶଂସା କରିବା ସହିତଏହା ଆଗାମୀ ଦିନର ରୋଭରରେଂଜରମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ସ୍ୱଚ୍ଛ ଓ ସୁନ୍ଦର ଭାରତ ଗଢ଼ିବାରେ ପ୍ରେରଣାଯୋଗାଇବ ବୋଲି ଆଶାବ୍ୟକ୍ତ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜାଭେରୀ ତାଙ୍କ ଅଭିଭାଷଣରେ ସ୍କାଉଟ୍ ଗାଇଡ଼ ସଂଗଠନ ସର୍ବଦା ଦେଶରେ ବିକାଶ ଓ ଗଠନମୂଳକ କାର୍ଯ୍ୟ ସଂପାଦନ କରିବା ସହିତ ସମାଜରେ ଲୋକମାନଙ୍କୁ ଉତମ ସେବା ଯୋଗାଇ ଦେଇଆସୁଛି । ଏହି ଜାମ୍ବୋରୀ ଯୁବପିଢ଼ୀ ମାନଙ୍କଭବିଷ୍ୟତ ଗଠନ ପାଇଁ ଏକ ସୁଦୃଢ଼ ଭିତିଭୂମି ଯୋଗାଇବ ବୋଲି ମତ୍ୟବ୍ୟକ୍ତ କରିବା ସହିତ ଏଭଳି ଏକ ପ୍ରେରଣାଦାୟକ ଆୟୋଜନ ପାଇଁ ରାଜ୍ୟ ସଂଗଠନକୁ ସାଧୁବାଦ ଜଣାଇଥିଲେ । ଜାମ୍ବୋରୀସ୍ଥଳରେ ବିଭିନ୍ନ ସାହସିକତା ପ୍ରଦର୍ଶନପ୍ରୋଜେକ୍ଟ ଦେଖି ଶ୍ରୀଯୁକ୍ତ ଜାଭେରୀ ସନ୍ତୋଷ ପ୍ରକଟ କରିବା ସହିତ ଜାମ୍ବୋରୀର ସଫଳତା କାମନା କରିଥିଲେ । ଜାମ୍ବୋରୀର ପରିଚାଳିକା ତଥା ଜାତୀୟ କାର୍ଯ୍ୟାଳୟର ଉପନିର୍ଦ୍ଧେଶିକା ଶ୍ରୀମତୀ ସୁରେଖା ଶ୍ରୀବାସ୍ତଭ ଶିବିରର ବିବରଣୀ ପାଠ କରିଥିବା ବେଳେ ଉପନିର୍ଦ୍ଧେଶକ ଶ୍ରୀ ଅମର ବି. ଛେତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ଗାଇଡ଼୍ ସଂଗଠନ କମିଶନର ଶ୍ରୀମତୀ ଅନାମିକା ଦାସ ଏବଂ ଅନ୍ୟ କର୍ମକର୍ତାମାନେ ଏହିଉତ୍ସବକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *