Monday , December 9 2019
Home / ଶିକ୍ଷା / ରୋଧପୁର ମଧ୍ୟଇଂରାଜୀ ବିଦ୍ୟାଳୟରେ ପୋଷାକ ବିତରଣ

ରୋଧପୁର ମଧ୍ୟଇଂରାଜୀ ବିଦ୍ୟାଳୟରେ ପୋଷାକ ବିତରଣ

ସାଲେପୁର, ୧୪/୧୧/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)-:ରୋଧପୁର ସରକାରୀ ମଧ୍ୟଇଂରାଜୀ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନିରୂପମା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରେମଲତା ନାୟକ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀ,ବାଲିସାହି ସରପଂଚ ସରସ୍ୱତୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହୃଷିକେଶ ମଲ୍ଲିକ, ପୂର୍ବତନ ପରିଚାଳନା କମିଟି ସଭାପତି ଅଶୋକ କୁମାର ଦାସ, ସାମ୍ବାଦିକ ପ୍ରଦୀପ ପରିଜା ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ୧୪୦ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ, ଜୋତା ଓ ମୋଜା ବଂଟନ କରିଥିଲେ । ଏଥିରେ ବିଦ୍ୟାଳୟର  ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ, ପାଚିକା, ସହାୟିକା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପୋଷାକ ବିତରଣ ଉତ୍ସବ

ସାଲେପୁର ୦୭/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ …

Leave a Reply

Your email address will not be published. Required fields are marked *