Friday , November 15 2019
Home / ବିଶେଷ / ରୋଟାରୀ ଗଭର୍ଣ୍ଣର ଭାବେ ଦେବାଶିଷ ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

ରୋଟାରୀ ଗଭର୍ଣ୍ଣର ଭାବେ ଦେବାଶିଷ ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ରୋଟାରୀ ଜିଲ୍ଲା ୩୨୬୨ର ୨୦୧୯-୨୦ ବର୍ଷ ପାଇଁ ଅଧିଷ୍ଠାନ ଦିବସ ସ୍ଥାନୀୟ ପଦ୍ମଜା କନ୍ଭେନସନଠାରେ ଆୟୋଜିତ ହୋଇଯାଇଛି । ଉତ୍ସବରେ ନୂତନ ଜିଲ୍ଲା ଗଭର୍ଣ୍ଣର ଭାବେ ବରିଷ୍ଠ ରୋଟାରୀୟାନ ଦେବାଶିଷ ମିଶ୍ର ରୋଟାରୀ ଦଣ୍ଡ ପରିବର୍ତନ ସହ ପ୍ରାକ୍ତନ ଗଭର୍ଣ୍ଣର ଭବାନୀ ପ୍ରସାଦ ଚୌଧୁରୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜିଲ୍ଲା ଗଭର୍ଣ୍ଣର ଶ୍ରୀ ମିଶ୍ର କହିଥିଲେ କି, ଆସନ୍ତା ବର୍ଷରେ ରୋଟାରୀ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଓ ଶୁଦ୍ଧ ପାନୀୟ ଜଳ ଯୋଗାଣ ଇତ୍ୟାଦି କ୍ଷେତ୍ରରେ ବିଶେଷ ଫୋକସ ରଖିବ । ଯୋଜନା ଅନ୍ତର୍ଗତ ୨୦୦ ଗୋଟି ଭିନ୍ନ ଭିନ୍ନ ସ୍କୁଲ୍କୁ ୧୦ ହଜାର ବେଞ୍ଚ ଓ ଡେକ୍ସ ଯୋଗାଣ, ୧୦୦ଗୋଟି ସ୍କୁଲ୍ରେ ୧୦୦ଟି ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ସହ ଇ-ଲର୍ଣ୍ଣିଂ ମାଧ୍ୟମରେ ସମ୍ପୃକ୍ତ ସ୍କୁଲ୍ର ଶିକ୍ଷାର ମାନ ବୃଦ୍ଧି, ସରକାରୀ ବସ୍ ଷ୍ଟାଣ୍ଡ ଓ ଡ଼ାକ୍ତରଖାନା ମାନଙ୍କରେ ୫୦ଗୋଟି ମେଗା ୱାଟର ଏଟିଏମ୍ ସ୍ଥାପନ ଓ କ୍ୟାନ୍ସର ଚିହ୍ନଟ କ୍ୟାମ୍ପର ଆୟୋଜନ, ଫନି ପ୍ରଭାବିତ ଅଂଚଳରେ ବ୍ୟାପକ ବୃକ୍ଷରୋପଣ ଓ ଉକ୍ତ ଅଂଚଳର ପାଂଚଗୋଟି ସ୍କୁଲ୍ର ପୁନରୁଦ୍ଧାର କାର୍ଯ୍ୟ ଅଗ୍ରାଧିକାର ଭିତିରେ କରିବା ପାଇଁ ରୋଟାରୀ ବଦ୍ଧ ପରିକର । ଏହି ଅବସରରେ ଆୟୋଜିତ ଉତ୍ସବରେ ରୋଟାରୀ ଜିଲ୍ଳାର ସମସ୍ତ ପ୍ରାକ୍ତନ ଗଭର୍ଣ୍ଣରଙ୍କ ସମେତ ପ୍ରାୟ ୫ଶହରୁ ଉଦ୍ଧ୍ୱର୍ ରୋଟାରୀୟାନ ଯୋଗ ଦେଇଥିଲେ । ଏହି ସମ୍ମିଳନୀକୁ ମିଡ଼ିଆ ସେଲ୍ର ଅଧ୍ୟକ୍ଷ ରୋଟାରୀୟାନ ବିଭୂତି ଭୂଷଣ କର ପରିଚାଳନା କରିଥିବା ବେଳେ ଉତ୍ସବକୁ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ରୟାଲ ପକ୍ଷରୁ ଆୟୋଜନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ପଟ୍ଟାମୁଣ୍ଡାଇରେ ବୋଇତ ବନ୍ଦାଣ ଉତ୍ସବ

ପଟ୍ଟାମୁଣ୍ଡାଇ, ୧୫/୧୧/୨୦୧୯(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୮ମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । …

Leave a Reply

Your email address will not be published. Required fields are marked *