Saturday , November 16 2019
Breaking News
Home / ସ୍ୱାସ୍ଥ୍ୟ / ରୋଗୀ କଲ୍ୟାଣ ସମିତି ବୈଠକ

ରୋଗୀ କଲ୍ୟାଣ ସମିତି ବୈଠକ

ଏରସମା, ୦୩/୧୧/୨୦୧୯(ଓଡ଼ିଶା ସମାଚାର)-ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ଏକ ବୈଠକ ବାଲିକୁଦା-ଏରସମା ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ଅମୀୟ କୁମାର ସ୍ୱାଇଁ,ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ବ୍ଲକଅଧ୍ୟକ୍ଷ ପ୍ରଣବ କୁମାର ସ୍ୱାଇଁ,ସାଂସଦ ପ୍ରତିନିଧି ପୀତବାସ ଗୋଚ୍ଛାୟତ, ସାରଦା ପ୍ରସନ୍ନ ଜେନା, ବିଜୟ କୁମାର ପାଳ,ଅକ୍ଷୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରର ଦୁରାବସ୍ଥା ଓ ଅନ୍ୟାନ୍ୟ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଅଚଳ ହୋଇରହିଥିବା ଏକ୍ସ-ରେ ମେସିନକୁ କାର୍ଯ୍ୟକ୍ଷମ କରି ବିଦ୍ୟୁତ ସଂଯୋଗ, ନବନିର୍ମିତ ଗୃହକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଡାକ୍ତରଖାନା ପରିସରରେ ଉଚ୍ଚଶକ୍ତି ସମ୍ପନ୍ନ ଏଲଇଡି ହାଇମାକ୍ସ ଲାଇଟ୍ ପ୍ରତିଷ୍ଠା, ସ୍ତ୍ରୀ ଓ ପ୍ରସୂତି ବିଭାଗର ଲେବରରୁମ ତୁରନ୍ତ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ନଳକୂପ ଖନନ ଓ ସ୍ୱତନ୍ତ୍ର ପାଣିଟାଙ୍କି ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ବୈଠକରେ ଡା. ଅମୀୟ ସ୍ୱାଇଁ, ଡା. ଦିଲୀପ ସାଗର, ବିପିଏମ ହରିହର ଚଇନି, ସିଡିପିଓ ସରଳା ଦେଇ, ମଞ୍ଜୁବାଳା ବେହେରା, ଜଳପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ପ୍ରମୋଦ କୁମାର ପରିଡା, ପିଓଚଓ କବିତା ମହାନ୍ତି, ସୁଶିଲ ବରାଳ, ଚିନ୍ମୟ ବିଶ୍ୱାଳ, ମନୋରଞ୍ଜନ ସେଠୀ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

୨ରୁ ୬ଟି ଜିଲ୍ଲାରେ ହେବ ଟିକାକରଣ

ଭୁବନେଶ୍ୱର ,୧୧/୧୧/୨୦୧୯(ଓଡ଼ିଶା ସମାଚାର)- ଶିଶୁମାନଙ୍କୁ ବିଭିନ୍ନ ମାରାତ୍ମକ ରୋଗ ଦାଉରୁ ରକ୍ଷା କରିବା ପାଇଁ ସରକାର ବ୍ୟାପକ ଟିକାକରଣ ଉପରେ …

Leave a Reply

Your email address will not be published. Required fields are marked *